No Result
View All Result
୧ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆଜି ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠତ ହୋଇଥିଲା ଚଳିତ ବର୍ଷ ପ୍ରକାଶ ପାଇଥିବା ଦଶମ ବୋର୍ଡ଼ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପିତୃମାତୃହୀନ ଛାତ୍ରଛାତ୍ରୀଙ୍କ ନିମନ୍ତେ ବୈଷୟିକ ଶିକ୍ଷା ସମ୍ବନ୍ଧୀୟ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଶିଶୁ ଯତ୍ନ ଅନୁଷ୍ଠାନ, ଆଶୀର୍ବାଦ ହିତାଧିକାରୀ, ମାତୃପିତୃ ହୀନ କାର୍ଯ୍ୟକ୍ରମରେ ଚିହ୍ନଟ ହୋଇଥିବା ମାତୃ ପିତୃ ହୀନ ଶିଶୁ, ଆଇନକୁ ନେଇ ଦ୍ବନ୍ଦ ରେ ଥିବା ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ଶିଶୁ ଉପସ୍ଥିତ ରହିଥିଲେ।ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଯେ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ପିଲାମାନଙ୍କୁ କିପରି ବୈଷୟିକ ଶିକ୍ଷା ଉପରେ ଆଗ୍ରହ ସୃଷ୍ଟି କରାଯିବ।
ସେଥିପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ଏହି ବର୍ଷ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ମାତୃପିତୃହୀନ ଶିଶୁଙ୍କୁ ବୈଷୟିକ ଶିକ୍ଷା ଉପରେ ଆଗ୍ରହ ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି।ସେଥିମଧ୍ୟରୁ ଆଜିର କାର୍ଯ୍ୟକ୍ରମ ଥିଲା ଅନ୍ୟତମ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ବିଭିନ୍ନ ବୈଷୟିକ ଶିକ୍ଷା ଅନୁଷ୍ଠାନର ଶିକ୍ଷକମାନେ ଯୋଗଦେଇ ପିଲାମାନଙ୍କୁ କିପରି ବୈଷୟିକ ଶିକ୍ଷା ଉପରେ ଆଗ୍ରହ ସୃଷ୍ଟି କରାଯାଇପାରିବ ସେଥିପାଇଁ ବିସ୍ତୃତ ଭାବେ ପ୍ରତି ପିଲାଙ୍କ ସହିତ ଆଲୋଚନା ରଖିଥିଲେ। ଅଂଶ ଗ୍ରହଣ କାରୀଙ୍କ ମଧ୍ୟରେ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ଗୁମ୍ମା ଆଇ.ଟି.ଆଇର ଅଧ୍ୟକ୍ଷ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ମିଶ୍ର ଏବଂ ଆଇ.ଟି.ଆଇର ଅନ୍ୟ ଶିକ୍ଷକ ମାନେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପରିଚାଳନା କରିଥିଲା ବେଳେ ଏହାର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ।

No Result
View All Result