No Result
View All Result
୩୧ ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ସଦର ପ୍ରେସ୍ କ୍ଲବ ଫୁଲନଖରା ପକ୍ଷରୁ ବୁଧବାର ସନ୍ଧ୍ୟାରେ ବାର୍ଷିକ ଉତ୍ସବ ଏବଂ ମାଟ୍ରୀକ ଟପର୍ସ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ , କୁରାଙ୍ଗଶାସନ ପଞ୍ଚାୟତର ନଡ଼ିଆ ଗୁରୁଡି ସ୍ଥିତ ଆମରପଲି ରିସୋର୍ଟସ ସଭା ଗୃହରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଉତ୍ସବରେ କଟକ ସଦର ପ୍ରେସ୍ କ୍ଲବର ସଭାପତି ସୁରେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂପାଦକ ପ୍ରତାପ କେଶରୀ ପାତ୍ର ସଭା ପରିଚାଳନା କରିଥିଲେ ।
ଏଥିରେ ନିଆଳୀ ବିଧାୟକ ତଥା କଟକ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ , ପ୍ରଫେସର ଡ଼ାକ୍ତର ପ୍ରମୋଦ କୁମାର ମଲ୍କିକ ମୁଖ୍ୟ ଅତିଥି , କଟକ ଡିସିପି ପିନାକ ମିଶ୍ର , ବାରଙ୍ଗ ତହସିଲଦାର ସ୍ୱସ୍ତିକ ସଂକଳ୍ପ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ବିଧାୟକ ଡ଼କ୍ଟର ମଲ୍ଲିକ କହିଲେ ଯେ , ସାମ୍ବାଦିକ ମାନେ ସମାଜରରେ ତୃତୀୟ ନୟନ ଭଳି କାର୍ଯ୍ୟ କରୁଛନ୍ତି ।
ସେହି ପରି ଡିସିପି ପିନାକ ମିଶ୍ର କହିଲେ ଯେ, ସାମ୍ବାଦିକ ମାନେ ସମାଜର ହିତ ସାଧନ ହେଲା ଭଳି ଖବର ପରିବେଷଣ କରିବା ଦରକାର । ପ୍ରଶାସନିକ ଅଧିକାରୀମାନଙ୍କ ଦୃଷ୍ଟିକୁ ଆସି ପାରୁନଥିବା ଖବରକୁ , ସମ୍ବାଦିକ ମାନେ ଆଣୁଥିବାରୁ ଏଦିଗରେ ପ୍ରଶାସନିକ ଅଫିସରଙ୍କ ଦୃଷ୍ଟି ଗୋଚର ହୋଇ ପାରୁଛି ବୋଲି କହିଥିଲେ । ଏହି ଉତ୍ସବରେ ଆଖପାଖ ଅଞ୍ଚଳର ବିଭିନ୍ନ ହାଇସ୍କୁଲର ୩୩ ଜଣ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇ ମାନପତ୍ର ପ୍ରଦାନ କରାଯାଇଥିଲା ।
ସେହିପରି କଟକ ସଦର, ଫୁଲନଖରା, ନିଆଳୀ, କଣ୍ଟାପଡା, ବାଲିଅନ୍ତା ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକଙ୍କୁ ବାର୍ଷିକ ଉତ୍ସବରେ ସମ୍ବରଦ୍ଧିତ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ଲଳିତ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଜୟ କୁମାର ଦାସଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

No Result
View All Result