No Result
View All Result
୩୦ ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍) ବାରିପଦା :- ଲାଞ୍ଚ ନେବା ଅଭିଯୋଗରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ l ଗତକାଲି ଚାର୍ଲସ ନାୟକଙ୍କ ବାସଭବନ ସମେତ ସରକାରୀ କାର୍ଯ୍ୟାଳୟ ଓ ପୈତୃକ ଘରେ ଚଢଉ କରିଥିଲା କଟକ ଭିଜିଲାନ୍ସ ଟିମ୍। ସଠିକ ପ୍ରମାଣ ହସ୍ତଗତ ହେବା ପରେ ଆଜି ଚାର୍ଲସଙ୍କୁ ଗିରଫ କରିଛି ଭିଜିଲାନ୍ସ l ସୂଚନା ଅନୁଯାୟୀ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଆଇଏ) ପକ୍ଷରୁ ଜମି ଅଧିଗ୍ରହଣ ବାବଦ ଚେକ୍ ପ୍ରଦାନ କରିବାକୁ ତହସିଲଦାର ଚାର୍ଲସ ନାୟକ ଜଣେ ବ୍ୟକ୍ତିଙ୍କୁ ୧୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ।
ଧରପଗଡ଼ରୁ ବର୍ତ୍ତିବା ପାଇଁ ବ୍ଲାଙ୍କ୍ ଚେକ ମାଧ୍ୟମରେ ସେ ଏହି ଲାଞ୍ଚ ଦାବି କରିଥିଲେ। ଅନ୍ୟ ଉପାୟ ନପାଇ ଜମି ହରାଇଥିବା ବ୍ୟକ୍ତି ପ୍ରଥମେ ୨ ଲକ୍ଷ ଓ ପରେ ୧୦ ଲକ୍ଷ ଟଙ୍କାର ଦୁଇଟି ଚେକ ଦେଇଥିଲେ। ତେବେ ଏ ସଂକ୍ରାନ୍ତରେ ସେ ପରବର୍ତ୍ତୀ ସମୟରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଭିଜିଲାନ୍ସର ପକ୍ଷରୁ ଗତକାଲି ଚାର୍ଲସ ନାୟକଙ୍କ କରଞ୍ଜିଆ ସ୍ଥିତ ସରକାରୀ ବାସଗୃହ, ଅଫିସ ଓ ଭଦ୍ରକ ସ୍ଥିତ ଘର ସମେତ ମୋଟ ୪ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ସବୁ ଦିଗରୁ ତଦନ୍ତ ପରେ ତହସିଲଦାର ଚାର୍ଲସ ନାୟକ ଏହି ଲାଞ୍ଚ କାରବାରରେ ସଂପୃକ୍ତ ଥିବା ନେଇ ଯଥେଷ୍ଟ ପ୍ରମାଣ ପାଇବା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି।


No Result
View All Result