୩୦ ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍) ନୂଆଗାଁ :- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣ କାରୀ ଯୋଜନା,ବିକାଶ ପାଇଁ ଗୁରୁତ୍ବ, ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ନୂଆଗାଁ ବ୍ଲକ୍ ବିକାଶ ର ମାଇଲ ଖୁଣ୍ଟରେ ଯୋଡ଼ି ହୋଇଛି । ବିକଶିତ ହେବାରେ ଲାଗିଛି ନୂଆଗାଁ ବ୍ଲକ୍ । ଯାହାକି ପୂର୍ବରୁ କୌଣସି ବିଧାୟକ କରିପାରିନଥିବା କାର୍ଯ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ଯୋଗୁଁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କରି ଦେଖାଇଛନ୍ତି । ୫ ବର୍ଷ ପୂର୍ବରୁ ବିଧାୟକ ଙ୍କୁ ଦେଖିପାରୁନଥିବା ଲୋକ ବର୍ତ୍ତମାନ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ପାଖରେ ପାଇ ଅତ୍ୟନ୍ତ ଖୁସି ହୋଇ ସୁଖ ଦୁଃଖ ସବୁ କହୁଛନ୍ତି । ଶହ ଶହ ବର୍ଷ ର ଗମନା ଗମନ ସମସ୍ୟା ଦୂରୀଭୂତ ହୋଇଛି ।
ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବେରୁଆ ବାରି ଗ୍ରାମ ପଞ୍ଚାୟତ ସାତପାଟିଆ ଠାରୁ କେପେଟି ରାସ୍ତା ର ୧.୭୪ କୋଟି , ହରିପୁର ଗ୍ରାମ ପଞ୍ଚାୟତ ଭାଟସାହି ଠାରୁ ଡ଼ହଙ୍ଗି ରାସ୍ତା ର ୧.୭୧ କୋଟି ଏବଂ ବାହାଡ଼ ଝୋଲା କଷ୍ଟି ଡାକୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ନୂତନ ଗୃହ ପାଇଁ ୧.୬୦ କୋଟି ଟଙ୍କା ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଦଶପଲ୍ଲା ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା । ତତ୍ ସହିତ ଅଞ୍ଚଳର ବିକାଶ ପାଇଁ ପ୍ରଚେଷ୍ଠା ଜାରି ରହିଥିଲା ଆଗକୁ ମଧ୍ୟ ଜାରି ରହିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ ରେ ଦଶପଲ୍ଲା ବିଧାୟକ ଙ୍କ ସହ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି,
ସଫଳ ଚାଷୀ ସୂର୍ଯ୍ୟନାରାୟଣ ସାହୁ,ତ୍ରିନାଥ ସ୍ୱାଇଁ, ବିମଳ ଲୋଚନ ପଟ୍ଟନାୟକ,ସୁଶାନ୍ତ କୁମାର ପଢ଼ିଆରି ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ସଭ୍ୟା,ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଲୋକ ମାନଙ୍କ ଶହ ଶହ ବର୍ଷ ର ଗମନା ଗମନ ସମସ୍ୟା ଦୂରୀଭୂତ ହେବାକୁ ଯାଉଥିବାରୁ ଅଞ୍ଚଳବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ କୃତଜ୍ଞତା ଜଣାଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ଙ୍କ ପାଇଁ କେପେଟୀ, ତୋଡ଼ି ଗାଡିଆ ଆଦି ଗାଁ ର ଲୋକମାନେ ଗମନାଗମନ ର ସ୍ଥାୟୀ ସୂର୍ଯ୍ୟକିରଣ ପାଇବେ ।

© 2023 Odisha Taza News.