୨୯ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍) ରଣପୁର ଏନଏସି :- ରଣପୁର ଏନଏସି ଅଫିସ ରେ ବାସଗୃହ ହିତାଧିକାରୀଙ୍କୁ ନେଇ ଏକ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ରଣପୁର ଏନଏସି ଓ ଲବ୍ ସ ନାମକ ଏକ ସଂସ୍ଥା ର ମିଳିତ ଅନୁକୁଲ୍ୟରେ ଆୟୋଜିତ ବୈଠକରେ NAC ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି ସଭାପତିତ୍ବ କରିଥିଲେ ।
ବୈଠକରେ ସାମାଜିକ ସମିକକ୍ଷ ବଂଶୀଧର ଷଡ଼ଙ୍ଗୀ, ଉପାଧ୍ୟକ୍ଷ ବିଶ୍ବରଂଜନ ପଟ୍ଟନାୟକ ,NACରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣା ଡ଼ାଙ୍ଗୁଆ ମଞ୍ଚାସିନ ଥିଲେ । ୨୦୧୬-୧୭ ଆର୍ଥିକ ବର୍ଷରେ ରଣପୁର ସହରାଞ୍ଚଳରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ପ୍ରଦାନ କରାଯାଇଥିବା ୧୭୭ ଟି କାର୍ଯ୍ୟାଦେଶ ଉପରେ ସମୀକ୍ଷା କରାଯାଇଥିଲା ।
୧୭୭ ଟି ଆବାସ ମଧ୍ୟରୁ ୧୬୯ ଟି ସମ୍ପୂର୍ଣ ହୋଇଛି । ୮ଟି ବର୍ତ୍ତମାନ ସୁଦ୍ଧା ନିର୍ମାଣ କାର୍ଯ୍ୟ ସରିନାହିଁ । କାହିଁକି ସରିପରୁନାହି ତ ଉପରେ ଆଲୋଚନା କରାଯାଇଥିଲା ଓ ସେଇ ଲୋକମାନଙ୍କ ସହ ବି ଏଇ ବିଷୟରେ ଆଲୋଚନା କରାଯାଇଥିଲା ।
ସଂପୃକ୍ତ ୱାର୍ଡ ର ଅଧିକାରୀ କାଉନସିଲର ମାନେ ହିତାଧିକାରୀ ସହ ଆଲୋଚନା କରି କାମ ସାରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ସମସ୍ତ କାଉନସିଲର ,ଭାଇସ chair person,official staff ଯୋଗ ଦେଇଥିଲେ । NAC ra PMAY EXPERT Subhasis Sethi ଧନ୍ୟବାଦ ଦେଇଥିଲେ ।

© 2023 Odisha Taza News.