ନୂଆଗଡବ୍ଲକରେ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ

୨୯ମଇ ,୨୦୨୩( ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ଜିଲ୍ଲା ନୂଆଗଡ଼ ବ୍ଲକର ସଦର ମହକୁମା ନୂଆଗଡ ଠାରେ ବିଜେଡି ଦଳର କର୍ମୀ ସମ୍ମିଳନୀ ଆର. ଉଦୟଗିରି ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଥିଲା।ଏହି କର୍ମୀ ସମ୍ମିଳନୀରେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ସଭାପତିତ୍ୱ କରିଥିଲେ।ଏହି କର୍ମୀ ସମ୍ମିଳନୀରେ ଜିଲ୍ଲା ଉପ-ସଭାପତି ଜେମ୍ସ ରାଇକା ଙ୍କ ସମେତ ବ୍ଲକରେ ଥିବା ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, ବିଜେଡି କର୍ମୀ ଙ୍କ ସମେତ ବ୍ଲକ ସରପଞ୍ଚ ସଂଘର ସଭାପତି ପ୍ରେମା ମାଝୀ ଉପସ୍ଥିତ ଥିଲେ।

ନୂଆଗଡ଼ ବ୍ଲକକୁ ବିଭିନ୍ନ ଯୋଜନା ମାଧ୍ୟମରେ ଆସିଥିବା ଅର୍ଥ ଠିକ ମାର୍ଗରେ ଖର୍ଚ୍ଚ ହେଉଛି କି ନାହିଁ ଏବଂ ତାହାର ସୁଫଳ ଲୋକଙ୍କ ନିକଟରେ ଯେପରି ପହଞ୍ଚିବ ତାହାର ତଦାରଖ କରିବା ନିମନ୍ତେ କର୍ମୀ ସମ୍ମିଳନୀରେ ସ୍ଥିର ହୋଇଥିଲା।ଏହା ସହ ଦଳୀୟ କର୍ମୀ ଗାଁ ଗାଁ ବୁଲି ଦଳର ପ୍ରଚାର ସହ ମୁଖ୍ୟମନ୍ତ୍ରୀ ଙ୍କ ସମସ୍ତ ଯୋଜନା ଯେପରି ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଲୋକଙ୍କୁ ବୁଝାଇବାକୁ ବୈଠକରେ ସ୍ଥିର ହୋଇଥିଲା l ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ ସମସ୍ତ ଦଳୀୟ କର୍ମୀଙ୍କୁ ଅନୁରୋଧ କରିଥିଲେ ଯେ ନୂଆଗଡ ବ୍ଲକ୍କରେ ବିଜେଡି ଦଳର ସଂଗଠନ କୁ ସୁଦୃଢ଼ କରିବା ପାଇଁ କହିଥିଲେ ଏହି କର୍ମୀ ସମ୍ମିଳନୀରେ ନୂଆଗଡ ବ୍ଲକର ବହୁ ସଂଖ୍ୟାରେ ଦଳୀୟ କର୍ମୀ ଓ ନେତା ଉପସ୍ଥିତି ଥିଲେ ।