୨୮ମଇ , ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍) ପାରଳାଖେମୁଣ୍ଡି :-ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକର ସଦର ମହକୁମା ନୂଆଗଡ ଠାରେ ବିଜେଡି ଦଳର କର୍ମୀ ସମ୍ମିଳନୀ ଆର. ଉଦୟଗିରି ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଥିଲା।ଏହି କର୍ମୀ ସମ୍ମିଳନୀରେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ସଭାପତିତ୍ୱ କରିଥିଲେ । ଏହି କର୍ମୀ ସମ୍ମିଳନୀରେ ଜିଲ୍ଲା ଉପ-ସଭାପତି ଜେମ୍ସ ରାଇକା ଙ୍କ ସମେତ ବ୍ଲକରେ ଥିବା ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, ବିଜେଡି କର୍ମୀ ଙ୍କ ସମେତ ବ୍ଲକ ସରପଞ୍ଚ ସଂଘର ସଭାପତି ପ୍ରେମା ମାଝୀ ଉପସ୍ଥିତ ଥିଲେ ।