No Result
View All Result
୨୮ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍) ବରଗଡ :- ଭାରତରେ ପାଖାପାଖି ୧୮ ନିୟୁତ ବୃଦ୍ଧ ବୃଦ୍ଧା ଭୂମିହୀନ। ଦାରିଦ୍ର୍ୟରେ ବାସ କରୁଥିବା ବରିଷ୍ଠ ନାଗରିକମାନେ ନିଜ ପରିବାର ଦ୍ୱାରା ପରିତ୍ୟାଗର ସମ୍ମୁଖୀନ ହୁଅନ୍ତି କାରଣ ସେମାନେ ରୋଜଗାର କରିପାରିବେ ନାହିଁ | ଅନେକ ଥର, ସେମାନଙ୍କୁ ବଞ୍ଚିବା ପାଇଁ ଭିକ ମାଗିବାକୁ ପଡେ | ଅନେକ ବୃଦ୍ଧ ଏକାକୀ ରହିଯାଆନ୍ତି, ଯେତେବେଳେ ସେମାନଙ୍କର ପିଲାମାନେ ଭଲ ଜୀବିକା ସନ୍ଧାନରେ ସହରକୁ ଯାଆନ୍ତି | ସେମାନଙ୍କ ସହିତ ବରଗଡ ର କେନସର ସରଭାଇବର୍ସ ଫାଇଟର୍ସ ଗୃପ ଆସନ୍ତା ୪ଜୁନ ଦିନ ଏଥର ଜାତୀୟ କର୍କଟ ବିଜେତା ଦିବସ ପାଳନ କରିବ ଏବଂ ମୁଖ୍ଯତଃ ଦେଶରେ ପୁରୁଷ ଙ୍କ ତୁଳନାରେ ମହିଳା ଙ୍କ ସଂଖ୍ଯା କ୍ରମଶଃ ବ୍ରୁଦ୍ଧି ପାଇବାରେ ଲାଗିଛି ।
ଏଣୁ ଏଭଳି ପରିସ୍ଥିତି ରେ ଉଭୟ ପୁରୁଷ ଏବଂ ମହିଳା ଙ୍କୁ ସଚେତନ କରିବା ପାଇଁ “କେନସର ପ୍ରଭାବରେ ମହିଳା” ପ୍ରସଂଗରେ ଏକ ବିଶେଷ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ସୁପ୍ରସିଦ୍ଧ ମହିଳା କେନସର ବିଶେଷଞ Dr. Mou Roy ଏବଂ Dr. Alok Swain ପ୍ରମୁଖ ଉପସ୍ଥିତ ରହିବେ। କେନସର ପ୍ରସଂଗ ରେ ସିଧାସଳଖ ଡାକ୍ଟର ଙ୍କ ସହିତ ବାର୍ତ୍ତା ବିନିମୟ କରିବା ସୁଯୋଗ ମିଳୁଥିବାରୁ ଏଭଳି ଏକ କାର୍ଯ୍ୟକ୍ରମ ରେ ବହୁ ସଂଖ୍ଯାରେ ମହିଳା ମାନେ ସାମିଲ ହେବାକୁ ଫାଇଟର୍ସ ଗୃପ ପକ୍ଷରୁ ଅନୁରୋଧ କରାଯାଇଛି ।
ଏହା ବ୍ୟତୀତ ଫାଇଟର୍ସ ଗୃପ ର ପ୍ରତିଷ୍ଠାତା ସ୍ବର୍ଗୀୟା ଫାଇଟର୍ସ ବିନ୍ଧ୍ୟବାସିନୀ ଷଡଙ୍ଗୀ ମର୍ଯ୍ୟାଦାଜନକ ସମ୍ମାନ ରେ କେନସର ପୀଡିତ ଙ୍କ ପାଇଁ କାର୍ଯ୍ୟ କରି ଆସୁଥିବା ଶିକ୍ଷକ ଦିବାସ ସାହୁଙ୍କୁ ସମ୍ମାନୀତ କରାଯିବା ର କାର୍ଯ୍ୟକ୍ରମ ମଧ୍ଯ ରହିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ରେ ଫାଇଟର୍ସ ଗୃପ ଟ୍ରଷ୍ଟ ର ଅଧ୍ଯକ୍ଷ ଅଶ୍ବିନୀ କୁମାର ଦର୍ଜୀ, ଉପସଭାପତି ମୀନତି ପତି, ସାଧାରଣ ସଂପାଦକ ବିଶ୍ବଜିତ ବାରିକ ସଦସ୍ଯ ରାଜଗୋପଲ ଦାଶ, ପ୍ରତିଭା ବାରିକ, ସତ୍ୟଜିତ ଦାଶ ଏବଂ ରବିନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result