No Result
View All Result
୨୮ମଇ ,୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍) କଳାହାଣ୍ଡି :- ନର୍ଲା ବ୍ଲକ୍ କର୍ମେଗାଁ ପଞ୍ଚାୟତ ଅଧିନ ଗୁଡିପଟା ଗ୍ରାମର ମନୋହର ମାଝୀ (ମୀନକେତନ) ୩୨ ବର୍ଷ ବୟସ ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଶନିବାର ଦିନ ମନୋହର ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏ ବାବଦରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀଙ୍କ ମତାମତ ଜାଣିବା ପାଇଁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାହା ସମ୍ଭବ ହୋଇ ନ ଥିଲା ।
ତେବେ ମନୋହରଙ୍କ ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ମ. ରାମପୁରକୁ ନେଇଥିଲେ । ଶବ ବ୍ୟବଚ୍ଛେଦ ହେବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ସୂଚନା ମୁତାବକ ମନୋହର ପରିବାରର ଜଣେ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିବା ବେଳେ ବର୍ତ୍ତମାନ ତାଙ୍କ ପଛରେ ବିଧବା ପତ୍ନୀ ପଦ୍ମିନୀ, ଗୋଟିଏ ଚାରିବର୍ଷର ପୁଅ ଓ ଦୁଇଟି ଛୋଟ ଛୋଟ ଝିଅ ଅଛନ୍ତି । ତାଙ୍କ ପରଲୋକରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଥିବା ବେଳେ ନିରିହ ଗରୀବ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

No Result
View All Result