No Result
View All Result
୨୮ମଇ ଶନିବାର, ୨୦୨୩( ଓଡ଼ିଶା ତାଜା ନ୍ୟୁଜ୍) ନୂଆଗାଁ :- ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସଂପଡ଼ା ଚିନ୍ତାମଣି ବିଦ୍ୟାପୀଠ ଅଷ୍ଟମ ଶ୍ରେଣୀର ଛାତ୍ର ଜଗବନ୍ଧୁ ସାମନ୍ତରା ରାଜ୍ୟସ୍ତରୀୟ ଯୋଗ ଅଲମ୍ପିଆଡ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଜାତୀୟ ଅଲମ୍ପିଆଡ଼ କୁ ମନୋନୀତ ହୋଇଛନ୍ତି । ସୂଚନା ଥାଉକି ଗତ ୨୪ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ସୟତ ମମତାଜ ଅଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ,ନୟାପଲ୍ଲୀ ଭୁବନେଶ୍ବର ପରିସରରେ ଆୟୋଜିତ ହେଉଥିବା ୧୪ ବର୍ଷ ରୁ କମ ବାଳକ ବିଭାଗରେ ଚିନ୍ତାମଣି ବିଦ୍ୟାପୀଠ ସଂପଡ଼ା ର ଅଷ୍ଟମ ଶ୍ରେଣୀର ଛାତ୍ର ଜଗବନ୍ଧୁ ସାମନ୍ତରା ଅଂଶ ଗ୍ରହଣ କରି ଦ୍ୱିତୀୟ ସ୍ଥାନ ଅଧିକାର କରି ଜିଲ୍ଲା ତଥା ରାଜ୍ୟର ଗୌରବ ଆଣିଛନ୍ତି । ସେ ମାଇଛେଳି ପଞ୍ଚାୟତ କୋଷାକଟା ଗ୍ରାମର ମାତା ସ୍ଵର୍ଣ୍ଣଲତା ସାମନ୍ତରା ଓ ବାପା ଆନନ୍ଦ ଚନ୍ଦ୍ର ସାମନ୍ତରା ଙ୍କ ପୁତ୍ର ଜଗବନ୍ଧୁ ସାମନ୍ତରା ।
ଗତବର୍ଷ ଯୋଗ ଅଲମ୍ପିଆଡରେ ନୂଆଦିଲ୍ଲୀ ସ୍ଥିତ ଏନ ସି ଇ ଆର୍ ଟି ପରିସରରେ ଆୟୋଜିତ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଗତ ୪ବର୍ଷ ଧରି ଚିନ୍ତାମଣି ବିଦ୍ୟାପୀଠ ର ଯୋଗ ଶିକ୍ଷକ ପରମାନନ୍ଦ ପରିଡ଼ା ଙ୍କ ପାଖରୁ ଯୋଗ ଶିକ୍ଷା କରିଛନ୍ତି । ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଅନନ୍ତ ନାରାୟଣ ଜେନା ଜଗବନ୍ଧୁ ଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ଆସନ୍ତା ଜୁନ୍ ମାସ ୧୯ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ ଅଲମ୍ପିଆଡରେ ଜଗବନ୍ଧୁ ସାମନ୍ତରା ଅଂଶ ଗ୍ରହଣ କରିବେ । ଏହି ଖବର ପ୍ରକାଶିତ ହେବା ପରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଦ୍ୟାଳୟର ସମସ୍ତ ଶିକ୍ଷକ, ବୁଦ୍ଧିଜୀବୀ ଓ ଗ୍ରାମବାସୀ , ଜଗବନ୍ଧୁ ସାମନ୍ତରା ଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।

No Result
View All Result