No Result
View All Result
୨୭ମଇ ଶନିବାର, ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଡମ୍ବଗୁଡା ପଞ୍ଚାୟତର ବୁଢା ନେଲ୍ଡି ଗ୍ରାମରେ ଅଡବା ପୋଲିସ ଚଢ଼ାଉ କରି ୩ଟି ଦେଶୀ ବନ୍ଧୁକ କରିଥିବା ଜଣାପଡିଛି l ସୂଚନା ମୁତାବକ ଅଡବା ଥାନାର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ଙ୍କ ନେତୃତ୍ୱରେ ପୋଲିସ ସଦଳ ବଳେ ଗ୍ରାମର ପ୍ରମୋଦ ମଲ୍ଲିକଙ୍କ ଘରେ ବନ୍ଧୁକ ରଖିଥିବା ନେଇ ଖବର ପାଇ ଚଢ଼ାଉ କରିଥିଲେ l
ଚଢ଼ାଉ ବେଳେ ପ୍ରମୋଦଙ୍କ ଘରୁ ୩ଟି ଦେଶୀ ବନ୍ଧୁକ ଜବତ ହୋଇଥିଲା l କିନ୍ତୁ ପ୍ରମୋଦ ମଲ୍ଲିକକୁ ପୋଲିସ ଧରିବା ପୂର୍ବରୁ ପୋଲିସ କୁ ଚକମା ଦେଖାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣା ପଡ଼ିଛି l ପୋଲିସ ଜବତ କରିଥିବା ୩ଟି ଦେଶୀ ବନ୍ଧୁକ ପ୍ରମୋଦ ଘରେ କାହିଁକି ରଖିଥିଲା ଏବଂ କଉଠୁ ଆଣିଥିଲା ତାହା ଅଡବା ପୋଲିସ ଯାଞ୍ଚ କରୁଥିବା ଜଣାପଡିଛି ।

No Result
View All Result