୨୭ମଇ ଶନିବାର, ୨୦୨୩( ଓଡ଼ିଶା ତାଜା ନ୍ୟୁଜ୍) ବରଗଡ଼ :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ବର୍ଷେ ପୂରି ଥିବାବେଳେ ବରଗଡ଼ ଜିଲ୍ଲାର ନିର୍ବାଚିତ ସରପଞ୍ଚ ମାନେ ପଂଚାୟତ ର ବିକାଶ ଓ ବିଭିନ୍ନ ସମସ୍ୟା କୁ ଉପସ୍ଥାପନ କରିବା ପାଇଁ ଏକ ଜିଲ୍ଲା ସ୍ତରୀୟ ସଂଗଠନ ତିଆରି କରିଛନ୍ତି । ଏହି ସଙ୍ଗଠନ ର ବୈଠକରେ ଜିଲ୍ଲାର ସମସ୍ତ ବିଧାୟକ ଓ ଜିଲ୍ଲାପାଳଙ୍କୁ ନିମନ୍ତ୍ରଣ କରି ବିଭିନ୍ନ ସମସ୍ୟା କୁ ଜଣାଇବାକୁ ସ୍ଥିର କରି ନିମନ୍ତ୍ରଣ କରାଯାଇ ଥିଲା କିନ୍ତୁ ଉକ୍ତ ସମ୍ମିଳନୀରେ କେହି ଜଣେ ବି ଉପସ୍ଥିତ ନହେବାରୁ ସଂଘ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି ଏହି ପ୍ରସଙ୍ଗ ରେ ଆମ୍ ଆଦମୀ ପାର୍ଟି ସରପଞ୍ଚ ମାନଙ୍କ ଦାବୀ କୁ ସମର୍ଥନ ଜଣାଇ ଏକ ପ୍ରେସ କନଫରେନ୍ସ କରି ସରପଞ୍ଚ ମାନଙ୍କ ଦାବି କୁ ସରକାର ଗ୍ରହଣ କରି ପଦକ୍ଷେପ ନେବାକୁ ଦାବୀ କରିଛି ।
ପଂଚାୟତ ଗୁଡିକ ରେ ପିଇଓ ଓ ଜେଇ ପଦବୀ ଖାଲି ଥିବାରୁ ବିକାଶ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି ତା ସହ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ରେ ମଧ୍ୟ ଅସୁବିଧା ସମ୍ମୁଖୀନ ହେଉଥିବା ରୁ ସରପଞ୍ଚ ମାନଙ୍କ ଦାବି କୁ ଜିଲ୍ଳା ପ୍ରଶାସନ ଓ ବିଧାୟକ ମାନେ ଜରୁରୀ ନଭାବିବା ବିଡମ୍ବନା ର ବିଷୟ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ଆଗକୁ ପଂଚାୟତ କୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସ୍ୱତନ୍ତ୍ର ଫଣ୍ଡ ଓ ସମସ୍ତ ସରପଞ୍ଚ ମାନଙ୍କୁ ମାସିକିଆ ଦରମା ଦେବାକୁ ଆମ୍ ଆଦମୀ ପାର୍ଟି ଯୋଜନା ପ୍ରସ୍ତୁତି କରୁଛି ବୋଲି ଶ୍ରୀ ସାହୁ କହିଛନ୍ତି । ଅନ୍ୟପଟେ ସରପଞ୍ଚ ମାନଙ୍କ କାର୍ଯ୍ୟକ୍ରମ କୁ ଭଣ୍ଡୁର କରିବାକୁ ଯାଇ ବିଜେଡି ନେତୃତ୍ୱଙ୍କ ନିର୍ଦ୍ଦେଶ ରେ ଜିଲ୍ଲାପରିଷଦ ବୈଠକ ଆୟୋଜନ କରିବା ଏକ ଅସମ୍ମାନ ର କଥା ବୋଲି ଶ୍ରୀ ସାହୁ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରେସ କନଫରେନ୍ସ ରେ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ଓ ଜିଲ୍ଳା ଯୁଗ୍ମ ସମ୍ପାଦକ ଅବିନାଶ ବାଗ ଉପସ୍ଥିତ ଥିଲେ ।