୨୭ମଇ ଶନିବାର, ୨୦୨୩( ଓଡ଼ିଶା ତାଜା ନ୍ୟୁଜ୍) କଟକ :- କଟକ ମହାନଗର ନିଗମ ୫୬ ନମ୍ବର ୱ।ର୍ଡ଼ କାଜିପାଟଣା ଗ୍ରାମର ଇଞ୍ଜିନିୟର ଅଭିଶେକ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ରାତିରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ପୁରଷ୍କାର ପ୍ରଦାନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଲେଙ୍କା ଅଧ୍ୟକ୍ଷତା କରିଥିଲେ ।
ଏଥିରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି , କଟକ ମେୟର ସୁବାସ ସିଂ ମୁଖ୍ୟ ବକ୍ତା , ଡ଼ାକ୍ତର ବ୍ରଜ କିଶୋର ସ୍ୱାଇଁ, ଅଶୋକ କୁମାର ରାଉତ, କର୍ପୋରେଟର ଲିପସା ନାୟକ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ଆଲୋକ ଦାସ ,ଆଡ଼ଭୋକେଟ ଅର୍ଣପୂର୍ଣ୍ଣା ସାହୁ, ଅନୁଷ୍ଠାନର ସଭାପତି ନନ୍ଦନ ଦଳବେହେରା, ସଂପାଦକ ସୁବାସ ଚନ୍ଦ୍ର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଉତ୍ସବରେ ଅବସର ପ୍ରାପ୍ତ ଆଚାର୍ଯ୍ୟ ହରିହର ବିଦ୍ୟାପୀଠ ଉତ୍ତମାପୁର ଏବଂ ମା, ତାରିଣୀ ବିଦ୍ୟାପୀଠ ଗୋପାଳପୁର ସ୍କୁଲର ଅବସରପ୍ରା ପ୍ରଧାନ ଶିକ୍ଷକ , ମାନଙ୍କୁ ଇଞ୍ଜିନିୟର ଅଭିଶେକ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାନପତ୍ର ଉତ୍ତରୀୟ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ, କାଜିପାଟଣା ଗ୍ରାମର ବୟଜ୍ୟେଷ୍ଠ ବ୍ୟକ୍ତି, ଅନୁଷ୍ଠାନକୁ ସହଯୋଗ କରିଆସୁଥିବା ଯୁବକ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ ।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଇଞୀନିୟର ଅଭିଶେକ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସମାଜସେବୀ ବିଜନ କୁମାର ପାଲ । ତାଙ୍କୁ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।















