ଦେବୋତ୍ତର ବିଭାଗ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବୀ
୨୬ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ପାଟଣାଗଡ଼ :- ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ତୀର୍ଥ ପୀଠ ହରିଶଙ୍କର ଠାରେ ସର୍ବଭାରତୀୟ ସ୍ବଲାଖ ବିଞ୍ଜାଲ ସମାଜ ଓ ବିଶ୍ଵାସେ ଦଳ ସମାଜ ପକ୍ଷରୁ ମାଁ ବିନ୍ଧ୍ୟବାସିନୀ ମନ୍ଦିର ପ୍ରାଙ୍ଗଣରେ ଶୀତଳଷଷ୍ଠୀ ମହୋତ୍ସବ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା । ଜୈଷ୍ଠ ମାସର ଶୁକ୍ଳପକ୍ଷ ଚର୍ତୁଥି ତିଥି ୨୩ /୦୬/୨୩ ବୁଧବାର ଦିନ ସକାଳ ସମୟରେ ମାଁ ବିନ୍ଦ୍ୟବାସିନୀ ମନ୍ଦିର ରୁ ବିଞ୍ଜାଲ ସମାଜ ର ହଜାର ହଜାର ପୁରୁଷ ଓ ମହିଳା ଏକତ୍ରିତ ହୋଇ ହରିଶଙ୍କର ରେ ବହୁଥିବା ପାପ ନାଶିନୀ ଝରଣା ରୁ ପୂର୍ଣ୍ଣ କଳସରେ ପାଣି ଆଣି ପୂଜାର୍ଚ୍ଚନା ବିବାହ ମଣ୍ଡପ କଳସସ୍ଥାପନ କରିଯାଇଥିଲା । ୨୪ ତାରିଖ ଦିନ ଶୀତଳ ଷଷ୍ଠୀ ଦିବସରେ ପରମ୍ପରା ଅନୁସାରେ ପୂଜା ବିଧି ସହ ଗୁଆ ଚୁପା ଓ ନଡିଆ ଧରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ସମୟ ରେ ଦଳ ସମାଜ ତଥା ପିତା ପକ୍ଷରୁ ନାନ୍ଦୁପଲା ଗ୍ରାମରୁ ଏକ ବିରାଟ ଶୋଭାଯାତ୍ରା ବରଯାତ୍ରି ବାହାରି ମୁଖ୍ୟ ଶିବ ମନ୍ଦିର ରୁ ମାଁ ବିନ୍ଦ୍ୟବାସିନୀ ମନ୍ଦିର କୁ ବର ଆଗମନ କରିଥିଲେ । ଦୈବିକ ନୀତି ଅନୁସାରେ ଶିବ ଓ ପାର୍ବତୀଙ୍କ ବିବାହ କାର୍ଯ୍ୟ କରାଯାଇଥିଲା ।
ବରଯାତ୍ରୀ ଆସିଥିବା ଶ୍ରଦ୍ଧାଳୁମାନେ ମାଁ ଙ୍କ ଘରେ ପ୍ରସାଦ ସେବନ କରି ଉଲ୍ଳାସିତ ହୋଇଥିଲେ ଓ ରାତିରେ କନ୍ୟାପକ୍ଷରୁ ମନରୋଞ୍ଜନ କାର୍ଯ୍ୟକ୍ରମ ର ସୁବ୍ୟବସ୍ଥା କରାଯାଇଥିଲା ଓ ଭଗବାନ ଶିବ ଓ ମାଁ ପାର୍ବତୀ ଙ୍କ ବିବାହ ପାଣିଗ୍ରହଣ କରାଯାଇଛି ।୨୫ /୦୬/୨୩ ଗୁରୁବାର ଦିନ କନ୍ୟାଦାନ କରି ମାଁ ପାର୍ବତୀ ଙ୍କୁ ଘଣ୍ଟ,ମୃଦୁଙ୍ଗ ,ବଜା ବଜାଇ ମାଁ ବିନ୍ଦ୍ୟବାସିନୀ ଙ୍କ ରୁ ବରପକ୍ଷ ହରିଶଙ୍କର ବାବା ଙ୍କ ପାଖକୁ ଅଣାଯାଇଛି । ଏଥିରେ ମାଁ ପାର୍ବତୀ ଙ୍କ ପିତାମାତା ହିସାବରେ ମୀନକେତନ ବରିହା ଓ ତାଙ୍କ ଧର୍ମପତ୍ନୀ ବିନୋଦିନୀ ବରିହା ଦାୟିତ୍ଵ ତୁଲାଇ ଥିବା ବେଳେ ବର ପିତା ମାତା ତ୍ରିନାଥ ପୂଝାରୀ ,ତାଙ୍କ ପତ୍ନୀ ସତ୍ୟଭାମା ପୂଝାରୀ ହିସାବରେ ଦାୟିତ୍ବ ତୁଲାଇଥିଲେ । ଉକ୍ତ ଲାଟସଭାପତି ହୃଷିକେଶ ବରିହା ,ଉପଲାଟ ସଭାପତି ଚନ୍ଦ୍ର ଶେଖର ବାଗ , ସଂପାଦକ ଆଶାରାମ ବରିହା , ଶିକ୍ଷାବିତ୍ ଶଙ୍କର ପ୍ରସାଦ ମାଝି , ଅର୍ଜୁନ ବରିହା ,ଜିଲ୍ଲା ର ୧୪ ଟା ବ୍ଳକର ସଭାପତି ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହା , ବେଳପଡା ବ୍ଳକ ସୁଗ୍ରେସ ବରିହା , ପଦ୍ମୁପୁର ନନ୍ଦଲାଲ ବରିହା , ଲୋଇସିଂହା ସଂପାଦକ ଭକ୍ତ ବରିହା , ଜିଲ୍ଲା ସଂପାଦକ ଗନ୍ଧର୍ବ ବରିହା ,ବଲାଙ୍ଗିର ବ୍ଳକ ସଭାପତି କୁଶ ବରିହା , ପାଟଣାଗଡ ବ୍ଳକ କୋଷାଧ୍ୟକ୍ଷ ଗୌରୀଶଙ୍କର ବରିହା , ଉପସଭାପତି କେଶବ ବରିହା ,ସଂପାଦକ ବିମଳ ବରିହା , ଶଶିକାନ୍ତ ବରିହା , ବିପିନ ବରିହା ,କୁଶଳ ବରିହା , ବିରଞ୍ଚି ବରିହା ,ପିଛାଲୁ ବରିହା ,
ନାଥ ବରିହା ,ରମେଶ ବରିହା ,କୁରେଶ୍ଵର ବରିହା ,ମହେଶ ବରିହା ,ଯଦୁମଣି ବରିହା ,ବୃନ୍ଦାବନ ବରିହା ,କୈବଲ୍ୟ ବରିହା ,ପରିକ୍ଷିତ ବରିହା ,ବୁଡୁବରିହା ,ଦିନବନ୍ଧୁ ବରିହା ,ପାଣ୍ଡବ ବରିହା ,ଲକ୍ଷେଶ୍ଵର ବରିହା ,ଯଶୋବନ୍ତ ବରିହା ,ଦିର୍ଯ୍ୟୁ ବରିହା ,ବୁଧୁବରିହା ,ବିରେନ୍ଦ୍ର ବରିହା ,ନରେନ୍ଦ୍ର ବରିହା , ଶିକ୍ଷୟିତ୍ରି ସିତୟାବରିହା, ବିନୋଦିନୀ ବରିହା ନାରିନେତ୍ରି କଲାବତୀ ବରିହା ,ଠଣ ସୂନ୍ଦର ବରିହା , କିଶୋର ବରିହା , ଙ୍କ ସହ ବିନ୍ଧ୍ୟ ବାସନ୍ତୀ ହରିଶଙ୍କର ମନ୍ଦିର ମ୍ୟାନେଜର ଗୁପ୍ତେଶ୍ୱର କୁଅଁର ,ପୂର୍ବତନ ଜିଲ୍ଲାପରିଷଦ ବିପ୍ର ବିଶି ,ଦଳ ସମାଜ ସଭାପତି ତୁଲସି ଭୋଇ , ଅନ୍ୟ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠିତ ସଭାରେ ଜିଲ୍ଲାମିଡିଆ ସେଲ ସଂଯୋଜକ ଗୋରେଖନାଥ ବରିହା ପରିଚାଳନା କରିଥିବା ବେଳେ ଉପଲାଟ ସଭାପତି ଶ୍ରୀବାଗ ଧନ୍ୟବାଦ ଅର୍ପଣ କରିଥିଲେ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସମସ୍ତ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଶିତଳ ଷଷ୍ଠି ମହୋତ୍ସବ କୁ ଆହୁରୀ ସରସ ସୁନ୍ଦର କରିବାକୁ ଦେବୋତ୍ତର ବିଭାଗ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି .