No Result
View All Result
୨୫ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ନୟାଗଡ଼ :- ଆଜି ଓଡିଶା ବିଧାନ ସଭାର ପାଠାଗାର କମିଟି ଏହାର ଅଧ୍ୟକ୍ଷ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ନେତୃତ୍ବରେ ନୟାଗଡ଼ରେ ପହଞ୍ଚି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ଏହି ଗସ୍ତରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥ୍ ଭାବରେ ରହିଛନ୍ତି । ଆଜି ଦିନ ୧୧ଟା ବେଳେ ୧୨ରୁ ଉର୍ଦ୍ଧ୍ବ ବିଧାୟକ
ନୟାଗଡ଼ ସର୍କିଟ ହାଉସଠାରେ ପହଞ୍ଚିଥିଲେ।
ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ, ପ୍ରଶାସନ ପକ୍ଷରୁ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, ସୁବାଷ କଅଁର, ଆଶିଷ ଅଗ୍ରୱାଲ ଓ କ୍ଷୀରୋଦ ମହାପାତ୍ର ପ୍ରମୁଖ ସମସ୍ତଙ୍କୁ ସ୍ବାଗତ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ପାଠାଗାର କମିଟି ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ।
ନୟାଗଡ଼ କଲେଜ ଖେଳ ପଡିଆ, ପାଠାଗାର ଗୃହ, କ୍ଳାସରୁମ, କଲେଜ ନୂତନ ବିଲଡିଂ, ବଗିଚା ଓ କଲେଜର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟକୁ ଦେଖିଥିଲେ । ଉକ୍ତ କମିଟିର ଚେୟାରମ୍ୟାନ ପ୍ରଫୁଲ୍ଲ ସାମଲ ସମସ୍ତ କାର୍ଯ୍ୟକୁ ଦେଖୁ ଖୁସି ବ୍ୟକ୍ତି କରିଥିଲେ । କଲେଜର ଛାତ୍ରଛାତ୍ରୀ, ଅଭିଭାବକ ଓ ଅଧ୍ୟାପକ ଅଧ୍ୟାପିକା ମାନେ ଅଭିଯୋଗ ପୂର୍ବରୁ ନୟାଗଡ଼ ବିଧାୟକ ସମସ୍ତ କାର୍ଯ୍ୟ କରି ଦେଖାଇ ଦିଅନ୍ତି ବୋଲି ଚେୟାରମ୍ୟାନ ଶ୍ରୀ ସାମଲଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ ।
ଉକ୍ତ ଟିମ ନୟାଗଡ଼ ଜିଲ୍ଲା ପାଠାଗାର ପରିଦର୍ଶନ କରିଛନ୍ତି । ଏହା ପରେ ନୂଆଗାଁ ଉଦୟପୁର ଠାରେ ଥିବା ଦାଶରଥ୍ ପଟ୍ଟନାୟକ ସଂଗ୍ରାହଳାୟ ବୁଲି ଦେଖିଥିଲେ । ମଧ୍ୟାହ୍ନରେ ଦଶପଲ୍ଲା କୁଆଁରିଆ ଡ୍ୟାମ ଠାରେ ମଧ୍ୟାହ୍ନ ଭୋଜନରେ ଯୋଗଦେଇ ଅପରାହ୍ନ ୫ଟା ରେ ଦାରିଙ୍ଗବାଡି ଅଭିମୁଖେ ଯାତ୍ରା କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଆସ୍କା ବିଧାୟକ ମଞ୍ଜୁଳା ସ୍ବାଇଁ, ପ୍ରଦୀପ ଭିସାରି, ଆଦିତ୍ୟ ମାଢ଼ି, ପ୍ରଶାନ୍ତ ବେହେରା, ମହିଧର ରାଣା, ଅଙ୍ଗଦ କଅଁର, ଦାଶରଥୀ ଗମାଙ୍ଗ, ସୂର୍ଯ୍ୟମଣି ବୈଦ୍ୟ ପ୍ରମୁଖ ଯୋଗ ଦେଇଥିଲେ ।

No Result
View All Result