୨୫ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଆର,ଉଦୟଗିରି :- ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବୁଧବାର ଆର,ଉଦୟଗିରି ବ୍ଳକର ସଭାଗୃହରେ ଦିବ୍ୟାଙ୍ଗଙ୍କ ପାଇଁ ସରକାରୀ ଯୋଜନା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ପ୍ରାଧିକରଣ ଅଧ୍ୟକ୍ଷ ରବିନାରାୟଣ ବେହେରା ଓ `ସମର୍ଥ’ ଅନୁଷ୍ଠାନର ସମ୍ପାଦକ ସନ୍ତୋଷ କୁମାର ମହାରଣା ଯୋଗ ଦେଇ ଦିବ୍ୟାଙ୍ଗମାନଙ୍କ ଅଧିକାର, ସେମାନଙ୍କ ପାଇଁ ସୁବିଧା ସୁଯୋଗ , ମଧୁବାବୁ ଓ ଇନ୍ଦିରା ଗାନ୍ଧୀ ଜାତୀୟ ବାଦ୍ଧକ୍ୟ ଭତ୍ତା ଆବେଦନ ଆଦି ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।ଏହି ଅବସରରେ ଦୁଇଜଣଙ୍କୁ ଦିବ୍ୟାଙ୍ଗ ଭତ୍ତା, ଦୁଇଜଣଙ୍କୁ ହ୍ବିଲ୍ ଚେୟାର,ଜଣେ ହିତଅଧିକାରୀଙ୍କୁ ବାଣିଶ୍ରୀ ମେଧାବୃତ୍ତି ସହ ଆଉ ଚାରିଜଣଙ୍କୁ ଦିବ୍ୟାଙ୍ଗଙ୍କୁ ସହାୟକ ଯନ୍ତୀ ପ୍ରଦାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବିଡିଓ ଲରିମନ ଖର୍ସେଲ, ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ ଉଦୟଭାନୁ ଓ ସମର୍ଥ ଅନୁଷ୍ଠାନ ସଭାଫତି ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥତ ଥିଲେ ।