୨୫ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଆର,ଉଦୟଗିରି :- ଆର,ଉଦୟଗିରି ପଞ୍ଚାୟତ ସଦ୍ଭାବନା ଗୃହରେ ବୁଧବାର ୭ଷ୍ଠ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋ ଇଥିଲା । ଏହି ବୈଠକରେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଶିକ୍ଷା,ସ୍ବାସ୍ଥ୍ୟ, ପାନୀୟଜଳ ଯୋଗାଣ, କୃଷି, ଉନ୍ନତିମୂଳକ କାମ ଏବଂ ବ୍ଳକର ଅନ୍ୟ ଯୋଜନା ଗୁଡିକ ଉପରେ ଆଲୋଚନା ହୋଇଥିଲା । ବିଭିନ୍ନ ଉନ୍ନୟନ କାର୍ଯ୍ୟର କାର୍ଯ୍ୟକରବା ନେଇ ସଭ ପୂଣ୍ଣଚନ୍ଦ୍ର ପ୍ରଶ୍ନ ଉଠାଇବା ସହ ଏହାର ବ୍ୟକ୍ତିକ୍ରମ ହେଉଥିବା ନେଇ ସିଧାସଳଖ ସେ ଆଙ୍ଗୁଳି ଉଠାଇଥିଲେ ସମତି ଅଧ୍ୟକ୍ଷ ଶ୍ରୀ ଶବରଙ୍କ ଉପରକୁ । ବିଭିନ୍ନ ପଞ୍ଚାୟତରେ ହେଉଥିବା ଉନ୍ନୟନ କାର୍ଯ୍ୟ ନେଇ ସମିତିସଭ୍ୟ ଓ ସରପଞ୍ଚଙ୍କୁ ଅବଗତ କରାଯାଉନଥିବା ମଙ୍ଗରାଜପୁର ସରପଞ୍ଚ ଶ୍ରୀଧର ପ୍ରଧାନ, ରଣ୍ଡିବା ସରପଞ୍ଚ ବାଳକୃଷ୍ଣ ବେହେଦଳାଇ ଓ ମହେନ୍ଦ୍ରଗଡ ସମତିସଭ୍ୟ ପୂଣ୍ଣଚନ୍ଦ୍ର ଗମାଙ୍ଗ, ସରପଞ୍ଚ କୁମୁଦିନୀ ଗମାଙ୍ଗ ଓ ବିଧାୟକ ପ୍ରତିନିଧି ଗୋପାଳ କୃଷ୍ଣ ଦଳେଇ ଅଭିଯୋଗ କରିଥିଲେ ।ଏଭଳି ଆମକୁ ଅନ୍ଧାରରେ ରଖାଯାଉଥିବାରୁ ନିର୍ବାଚନ ହେବା ଠାରୁ ଏପର୍ଯ୍ୟନ୍ତ ହୋଇଥିବା ସମସ୍ତ ଉନ୍ନୟନମୂଳକ କାମର ତାଲିକା ମାଗିଥିଲେ ଶ୍ରୀ ଗମାଙ୍ଗ । ଏହାସହ କାମ ଦେବା ବେଳେ ଅର୍ଥ ଆଦାୟ ଅଭିଯୋଗକୁ ଦୃଢ ଖଣ୍ଡନ କରିବା ସହ ଉନ୍ନୟନ କାମ କଲା ବେଳେ କୌଣସି ପ୍ରକାର ପାତରଅନ୍ତର କରାଯାଉନାହିଁ ସମିତିର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟିା ନେଇ କାମ କରାଯାଇଛି । ମୁଁ କୌଣସି ବ୍ୟକ୍ତି କାମ ଅର୍ଥ ନେଇନି ଯଦି ପ୍ରମଣ କରିକି ଦେଖ ବୋଲି ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର କହିଥିଲେ । ସେ ଆଉରିକହିଥିଲେ ଯେ ବ୍ଳକକୁ ଟଙ୍କା ଆସିଲେ ଜଣାଇବା ଦାଇତ୍ବ ବିଡିଓଙ୍କ ମୋର ନୂହେଁ । ପରେ ବିଭିନ୍ନ ପଞ୍ଚାୟତରେ ହୋଇଥିବା ବସୁଧା ଯୋଜନା ପ୍ରକଳ୍ପ ଠିକ୍ କାମ ଦେଉନଥିବର ଜନପ୍ରତିନିଧି ଅଭିଯୋଗ କରିଥିଲେ । କୃଷି ବିଭାଗ ଦ୍ବାରା ଏକ ବ୍ଳକରେ କୃଷିମେଳା କରାଯିବାକୁ ଦାବି କରିଥିଲେ । ବ୍ଳକ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହତାନ୍ତର କରାଯାଇଥିବା ରାସ୍ତା ଗୁଡିକ ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ କରି ଦାବି କରିଥିଲେ । ଖାଉଟି କାର୍ଡ