୨୫ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ବାଲୁଗାଁ :- ବାଲୁଗାଁ ବିଂଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ଶ୍ରୀ ଶ୍ରୀ ବାବା ଉମାମହେଶ୍ୱର ଦେବଙ୍କ ପୀଠ ପରିସରରେ ଟ୍ରଷ୍ଟି ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ନିର୍ଦେଶରେ ତାଙ୍କ ଧର୍ମ ପତ୍ନୀ ସ୍ଵାଗତିକା ଜଗଦେବଙ୍କ ସଭାପତିତ୍ୱ ରେ ମନ୍ଦିରର ବିଭିନ୍ନ ଉର୍ନତି ନିମନ୍ତେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ମନ୍ଦିରର 4 ମାସ ହେଲା ଗଠନ ହୋଇ ଥିବା ନୂତନ ଟ୍ରଷ୍ଟି ମେମ୍ବର ମାନେ ଯୋଗ ଦେଇ ମନ୍ଦିର କେଉଁ ଭଳି ଭାବେ ପରିଚାଳନା ହେଉଛି ,
ଆୟ ବୟର ହିସାବ ପତ୍ର ସର୍ବ ସମ୍ମୁଖରେ ପ୍ରଦାନ,ଆଗକୁ ମନ୍ଦିର କିପରି ଉର୍ନତି ହୋଇ ପାରିବ,ମନ୍ଦିର ଉର୍ନତି ପାଇଁ ବିଧାୟକଙ୍କ ପାଣ୍ଠିରୁ ଅନୁଦାନ ଆସିଥିବା ଯଥା -,ଛାୟା ମଣ୍ଡପ ସଂପୂର୍ଣ୍ଣି କରଣ ,ପଶ୍ଚିମ ପାର୍ଶ୍ୱର ଚଟାଣ ନିର୍ମାଣ, ପୁଷ୍କରିଣୀର ପୁର୍ନରୁଦ୍ଧlର ବିଷୟରେ ଆଲୋଚନା କରାଯାଇଥିଲା l ଉକ୍ତ ଅନୁଷ୍ଠିତ ସଭାରେ ଅଂଚଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଓ ଚାଚେରୀ ଭୋଗ ଖାଉଥିବା ସମସ୍ତ ଗ୍ରାମର ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ l

© 2023 Odisha Taza News.