• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କଲେ : ମୁଖ୍ୟମନ୍ତ୍ରୀ

Proprietor Abhimanyu Maharana by Proprietor Abhimanyu Maharana
May 24, 2023
in ଓଡ଼ିଶା, ମହାନଗର, ହୋମ୍
0
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କଲେ : ମୁଖ୍ୟମନ୍ତ୍ରୀ
Share on FacebookShare on TwitterWhatsapp

ହସ୍ତତନ୍ତ ଉତ୍ପାଦନ ୪୧୦.୩୭ କୋଟି ଟଙ୍କାକୁ ଏବଂ ହସ୍ତଶିଳ୍ପର ବାର୍ଷିକ କାରବାର ୧୪୫.୩୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି

୨୪ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର :- ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କରିଛନ୍ତି । ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ବିଭାଗୀୟ ସଫଳତା ସମ୍ବନ୍ଧରେ ଜଣାଇଥିଲେ । ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ କୃଷି ପରେ ବୟନ, ହସ୍ତତନ୍ତର ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ବିଭାଗର ପ୍ରୋତ୍ସାହନ ଯୋଗୁଁ ବୁଣାକାରଙ୍କ ବାର୍ଷିକ ମୁଣ୍ଡପିଛା ଆୟ ୫୮ ହଜାର ୮୫ ଟଙ୍କା ହୋଇପାରିଛି । ସାମାଜିକ ସୁରକ୍ଷା ଯୋଜନାରେ ୧୪୪୭ ଜଣ ବୁଣାକାର ସାମିଲ ହୋଇଛନ୍ତି । ହସ୍ତତନ୍ତ ଉତ୍ପାଦନ ୪୧୦.୩୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୨୦୨୩ରେ ବିଭାଗ ଦ୍ୱାରା ରୂପାନ୍ତରିତ ଦେୟ ବାବଦକୁ ବୁଣାକାରମାନଙ୍କୁ ୧୪୬.୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।ବୟନିକାର ବାର୍ଷିକ କାରବାର ୧୬୨.୧୪ କୋଟି ଟଙ୍କା ହୋଇଥିବାବେଳେ ସମ୍ବଲପୁରୀ ବସ୍ତ୍ରାଳୟ ୭୧.୨୪ କୋଟି ଟଙ୍କା, ଉତ୍କଳିକା ୧୭.୭୯ କୋଟି ଟଙ୍କା ଓ ଅମ୍ଳାନ ୪.୪୬ କୋଟି ଟଙ୍କା ବାର୍ଷିକ କାରବାର କରିଛି । ହସ୍ତଶିଳ୍ପର ବାର୍ଷିକ କାରବାର ୧୪୫.୩୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୯ଟି ହସ୍ତତନ୍ତ ଓ ୩ଟି ହସ୍ତଶିଳ୍ପ ଉତ୍ପାଦ ଜିଆଇ ଟ୍ୟାଗ୍‌ ପାଇଛନ୍ତି । ଆଉ ୫ଟି ହସ୍ତଶିଳ୍ପକୁ ଜିଆଇ ଟ୍ୟାଗ୍‌ ମିଳିବା ନିମନ୍ତେ ବିଭାଗ ପକ୍ଷରୁ ଆବେଦନ କରାଯାଇଛି । ୧୮ ହଜାର ୬୧୧ ରେଶମ ଚାଷୀ ସମବାୟ ସମିତିର ସଦସ୍ୟ ଭାବେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଟସର ସିଲକ୍‌ ଉତ୍ପାଦନ ୧୨୯.୦୯ ମେଟି୍ରକ୍‌ ଟନ୍‌କୁ ବୃଦ୍ଧି ପାଇଛି । ବିଭାଗର ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ବିଶଦ ସୂଚନା ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ୬୦,୭୭୩ ମହିଳା ବୁଣାକାର ୨୦୫୫ଟି ତନ୍ତକୁ ସ୍ୱତନ୍ତ୍ର ରୂପେ ଉପଯୋଗ କରି ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇପାରିଛନ୍ତି । ୬୫୮ଟି ହସ୍ତତନ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଅଧିନରେ ୭୭୩୭ ମହିଳା ବୟନ କାର୍ଯ୍ୟରେ ଅଂଶଗ୍ରହଣ କରିପାରିଛନ୍ତି । ସେହିଭଳି ହସ୍ତଶିଳ୍ପ କ୍ଷେତ୍ରରେ ୮୯,୫୫୬ ମହିଳା ହସ୍ତଶିଳ୍ପୀ ରାଜ୍ୟରେ କାର୍ଯ୍ୟରତ । ୯୩୯ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ହସ୍ତଶିଳ୍ପ ପ୍ରସ୍ତୁତ କରି ଆର୍ଥିକ ଦୃଷ୍ଟିରୁ କ୍ଷମତାପନ୍ନ ହୋଇଛନ୍ତି । ୨୦୨୧ ମସିହାରୁ ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନା କାର୍ଯ୍ୟକାରୀ କରାଯାଉଛି । ବୁଣାକାରମାନଙ୍କୁ ବୈଦୁ୍ୟତିକ ପଙ୍ଖା, ବଲବ୍‌ ଓ ଇନ୍‌ଭର୍ଟର ଯୋଗାଇ ଦିଆଯାଉଛି । ୯୦୪୧ ଜଣ ବୁଣାକାର ଏହି ଯୋଜନାରେ ଲାଭ ପାଇପାରିଛନ୍ତି । ଏହି ଯୋଜନାରେ ୧୧୪୯ ଜଣ ମହିଳା ହିତାଧିକାରୀ ଅଛନ୍ତି । ଜୀବିକା ଏବଂ ଆୟବୃଦ୍ଧି ପାଇଁ ବୁଣାକାରଙ୍କୁ ସହାୟତା ଯୋଜନାରେ ବୁଣାକାରମାନଙ୍କୁ ସୁଧମୁକ୍ତ କାର୍ଯ୍ୟକାରୀ ପୁଂଜ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଆକାରରେ ଯୋଗାଇ ଦିଆଯାଉଛି । ୨୦୨୨-୨୩ ବର୍ଷରେ ୨୩୮ ଜଣ ବୁଣାକାରଙ୍କୁ ଋଣ ପ୍ରଦାନ କରାଯାଇଛି ।୨୦୧୭-୧୮ରୁ ରାଜ୍ୟର ବରିଷ୍ଠ ବୁଣାକାରମାନଙ୍କ ପାଇଁ ବରିଷ୍ଠ ବୁଣାକାର ସହାୟତା ଯୋଜନା କାର୍ଯ୍ୟକାରୀ କରାଯାଇଛି । ୧୪୪୭ ଜଣ ବୁଣାକାର ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ତନ୍ମଧ୍ୟରୁ ୩୮୪ ଜଣ ମହିଳା ବୁଣାକାର ଅଟନ୍ତି । ୬୦ରୁ ଊଦ୍ଧ୍ୱର୍ ବୁଣାକାରଙ୍କୁ ମାସିକ ପେନ୍‌ସନ୍‌ ପ୍ରଦାନ କରାଯାଇଛି । ୨୦୧୩-୧୪ରୁ ବୁଣାକାରମାନଙ୍କ ମାଟିତନ୍ତ ଗର୍ତ୍ତକୁ ଢଳେଇ କରିବା ପାଇଁ ଯୋଜନା ଲାଗୁ କରାଯାଇଛି । ବର୍ଷାଋତୁରେ ବୁଣାକାରମାନଙ୍କୁ ସୁବିଧାରେ ବୁଣାକାର୍ଯ୍ୟ କରିବା ପାଇଁ ଏହା ସାହାଯ୍ୟ କରିଥାଏ । ୩୦ ହଜାର ୭୧ଟି ତନ୍ତଗର୍ତ୍ତ ମଧ୍ୟରୁ ୨୫ ହଜାର ୭୨୪ଟି ଅନ୍ତଗର୍ତ୍ତର ଢଳେଇ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ବାକି କାର୍ଯ୍ୟ ୨୦୨୩-୨୪ରେ ଶେଷ ହେବ । ହସ୍ତଶିଳ୍ପର ଦକ୍ଷତା ବୃଦ୍ଧି ପାଇଁ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ କରାଯାଉଛି । ଯୁବପିଢ଼ିଙ୍କ ପାଇଁ ସ୍ଥାୟୀ ଓ ନିୟମିତ ସ୍ୱରୋଜଗାର ସୃଷ୍ଟି କରିବା ଏବଂ ଅଧିକରୁ ଅଧିକ ବ୍ୟକ୍ତିଙ୍କୁ ଏହି ଶିଳ୍ପ ପ୍ରତି ଆକର୍ଷିତ କରିବା ଏହି ତାଲିମ ପ୍ରଦାନର ଉଦ୍ଦେଶ୍ୟ ।

୨୦୦୦ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୭,୭୨୭ କାରିଗରଙ୍କୁ ଦକ୍ଷତା ତାଲିମ ଦିଆଯାଇଛି । ଶିଳ୍ପୀ ଉନ୍ନତି ଯୋଜନାରେ ହସ୍ତଶିଳ୍ପ ୟୁନିଟ୍‌ ସ୍ଥାପନ ପାଇଁ ବ୍ୟାଙ୍କ ଋଣ ନେବା ପାଇଁ ୨୦% ମାର୍ଜିନ୍‌ ରାଶି ସହାୟତା ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯାଇଛି । ୨୦୦୦ ମସିହାଠାରୁ ବର୍ତ୍ତମାନ ସୁଦ୍ଧା ୧୩,୬୧୮ ହସ୍ତଶିଳ୍ପ କାରିଗର ଏହି ଯୋଜନାରୁ ଲାଭ ଉଠାଇଛନ୍ତି । ହସ୍ତଶିଳ୍ପ କାରିଗରଙ୍କୁ ନିଜସ୍ୱ କର୍ମଶାଳା ତଥା ବାସଗୃହ ନିର୍ମାଣ ପାଇଁ ଅଣଆଇଓପି ଜିଲ୍ଲାରେ ୧ ଲକ୍ଷ ୨୦ ହଜାର ଟଙ୍କା ଏବଂ ଆଇଓପି ଜିଲ୍ଲାରେ ୧ ଲକ୍ଷ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧୦୪୫ ଜଣ ହସ୍ତଶିଳ୍ପୀ କାରିଗରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇପାରିଛି । ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ବିଭିନ୍ନ ପ୍ରଦର୍ଶନୀରେ ଯୋଗଦେବା ନିମନ୍ତେ ହସ୍ତଶିଳ୍ପ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ, ହସ୍ତଶିଳ୍ପ କାରିଗରଙ୍କୁ ବଜାର ସହାୟତା ଯୋଗାଇ ଦିଆଯାଉଛି । ଏହା ବ୍ୟତୀତ ଉତ୍କଳିକାର ବିଭିନ୍ନ ଶାଖାମାନଙ୍କ ମାଧ୍ୟମରେ ହସ୍ତଶିଳ୍ପ ଉତ୍ପାଦ ବିକି୍ର କରିବା ପାଇଁ ବଜାର ସହାୟତା ଯୋଗାଇ ଦିଆଯାଉଛି । ୩୦ ହଜାର ୨୧୩ ହସ୍ତଶିଳ୍ପ କାରିଗର ଏହି ବଜାର ସହାୟତା ପାଇଛନ୍ତି ।

ଓଡ଼ିଶା ପୋଷାକ ଓ ବୈଷୟିକ ବୟନ ଶିଳ୍ପନୀତି ୨୦୨୨ ପ୍ରଣୟନ କରାଯାଇଛି । ଏଥିରେ ନିବେଶକାରୀମାନେ ମୂଳପୁଂଜିର ୪୦% ରାଶି ରିହାତି ରୂପେ ପାଇପାରୁଛନ୍ତି । ପ୍ରତି ମହିଳା କର୍ମଚାରୀଙ୍କ ପାଇଁ ୬ ହଜାର ଟଙ୍କା ଓ ପୁରୁଷ କର୍ମଚାରୀଙ୍କ ପାଇଁ ୫ ହଜାର ଟଙ୍କା ରିହାତି ଦିଅଯାଇ ସେମାନଙ୍କ ଖର୍ଚ୍ଚ ଭରଣା କରାଯାଉଛି । ପୋଷାକ ଶିଳ୍ପରେ ୩ଟି ବୃହତ୍‌ କମ୍ପାନୀ ରାଜ୍ୟରେ କାର୍ଯ୍ୟ କରୁଛି । ୮୧୬୪ ଜଣ ଏଥିରେ ନିଯୁକ୍ତି ପାଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୮ ମସିହାରେ ରାଜ୍ୟର ଗୌରବମୟ ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରାକୁ ସଂରକ୍ଷିତ ରଖିବା ଓ ରୁଦ୍ଧିମନ୍ତ କରିବା ଉଦ୍ଦେଶ୍ୟରେ ‘କଳାଭୂମି’ ସଂଗ୍ରହାଳୟ ଉଦ୍‌ଘାଟନ କରିଥିଲେ । ବର୍ତ୍ତମାନ ଏହାର ୯ଟି ଗ୍ୟାଲେରୀ, ଟେରାକୋଟା, ପାରମ୍ପରିକ ଚିତ୍ର, ପଥର ଓ କାଠ ଖୋଦେଇ, ଧାତୁ ଶିଳ୍ପ, ପ୍ରାକୃତିକ ପଦାର୍ଥ, ହସ୍ତଶିଳ୍ପ, ପ୍ରାକ୍‌ ବୟନ ଟେକ୍‌ନୋଲୋଜି, ଜନଜାତି ହସ୍ତଶିଳ୍ପ, ହସ୍ତତନ୍ତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ୟାଲେରୀ ରହିଛି ।

ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଏହା ଏକ ପ୍ରମୁଖ ଆକର୍ଷଣ ପାଲଟିଛି । ୧୫୦୦ ଜଣ ବିଦେଶୀ ପର୍ଯ୍ୟଟକଙ୍କ ସହିତ ୪୮,୮୬୨ ଜଣ ପର୍ଯ୍ୟଟକ କଳାଭୂମି ସଂଗ୍ରହାଳୟକ ପରିଦର୍ଶନ କରିଛନ୍ତି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶାର ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ସାଧିତ ହୋଇପାରିଛି । ରାଜ୍ୟର ଟସର ସିଲ୍‌କ ପାର୍କ ମଡେଲକୁ ଜାତୀୟ ସ୍ୱୀକୃତି ମିଳିଛି । ବୟନିକାକୁ ଆଚିଭର୍ସ ଅଫ୍‌ ଓଡ଼ିଶା, ଓଡ଼ିଶା ବିଜିନେସ୍‌ ଆୱାର୍ଡ-୨୦୧୭, ଷ୍ଟେଟ୍‌ ବିଜିନେସ୍‌ ଆୱାର୍ଡ-୨୦୨୩ରେ ସମ୍ମାନିତ କରାଯାଇଛି । ସିଡାକ୍‌କୁ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପୁରସ୍କାର ସହିତ ୨୦୧୧, ୨୦୧୯ ଓ ୨୦୨୨ ମସିହାରେ ଅନ୍ତର୍ଜାତୀୟ ପ୍ରଦର୍ଶନୀ ‘ଇଣ୍ଡିଆ ଷ୍ଟୋନ୍‌ମାର୍ଟ’ରେ ‘ବେଷ୍ଟ ଇନୋଭେଟିଭ୍‌ ଡିସ୍‌ପ୍ଲେ ଆୱାର୍ଡ ମିଳିଛି । ସାମ୍ବାଦିକ ସମ୍ମିଳନୀରେ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପାୱାର ପଏଣ୍ଟ ମାଧ୍ୟମରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା କାରିଗରମାନଙ୍କ ସାମାଜିକ, ଆର୍ଥିକ ଉନ୍ନତିର ଏକ ସ୍ପଷ୍ଟ ଚିତ୍ର ଉପସ୍ଥାପନ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

June 30, 2026
ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

June 30, 2026
ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

June 30, 2026

Recent News

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

June 30, 2026
ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

June 30, 2026
ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

June 30, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

June 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version