• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

Proprietor Abhimanyu Maharana by Proprietor Abhimanyu Maharana
May 24, 2023
in ଓଡ଼ିଶା, ମହାନଗର, ହୋମ୍
0
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ
Share on FacebookShare on TwitterWhatsapp

୨୪ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର :- ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ୪ ବର୍ଷ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଲକ୍ଷ୍ୟ ଓ ସଫଳତା ଏବଂ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନେଇ ସମୀକ୍ଷା କରିଥିଲେ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଶ୍ରୀ ପ୍ରଦୀପ କୁମାର ଅମାତ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଥିବା ସଫଳତାର ବିବରଣୀ ଏବଂ ସମଗ୍ର ରାଜ୍ୟରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ସୁବିଧା ପାଇଁ ବିଭାଗ ପକ୍ଷରୁ ଗତ ୪ ବର୍ଷ ମଧ୍ୟରେ ନିଆଯାଇଥିବା ବିଭିନ୍ନ ରୂପାନ୍ତରୀକରଣ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନ କରିଥିଲେ । ପରେ ଗୀତଗୋବିନ୍ଦ ସଦନଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଅମାତ କହିଲେ ଯେ ଗ୍ରାମୀଣ ବାସଗୃହ ଯୋଜନା ଅଧିନରେ ଗତ ୪ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ କଚ୍ଚା ଘରେ ବାସ କରୁଥିବା ୧୧ ଲକ୍ଷରୁ ଊଦ୍ଧ୍ୱର୍ ପରିବାରଙ୍କୁ ଘର ଯୋଗାଇ ଦିଆଯାଇଛି । ଏତଦବ୍ୟତୀତ, ୩୫ ଲକ୍ଷରୁ ଊଦ୍ଧ୍ୱର୍ ହିତାଧିକାରୀଙ୍କୁ ଘର ମରାମତି ଏବଂ ଗୃହ ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପ୍ତ କରିଥିବା ବାବଦରେ ପ୍ରାୟ ୨୧୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଆମ ଗାଁ ଆମ ବିକାଶ ଯୋଜନାରେ ୫୪,୦୦୦ ରୁ ଅଧିକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହି ପ୍ରକଳ୍ପଗୁଡ଼ିକ ପାଇଁ ୧୫୦୦ କୋଟି ଟଙ୍କା ମଞ୍ଜୁର କରଯାଇଛି । ଏତଦବ୍ୟତୀତ, ଗ୍ରାମ ପଞ୍ଚାୟତ ସ୍ତରରେ ପାଖାପାଖି ୭୮୦୦ ଟି ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି । ମନ୍ତ୍ରୀ ଶ୍ରୀ ଅମାତ ପୁଣି କହିଲେ ଯେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ଟ୍ୟାପ ଦ୍ୱାରା ଦୈନିକ ମୁଣ୍ଡପିଛା ୭୦ ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇଛି ।୫୭୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୬ ଟି ମେଗା ପାନୀୟ ଜଳ ପ୍ରକଳ୍ପ ସହିତ ୧୩୦୦୦ ସିଙ୍ଗଲ ଭିଲେଜ ପାଇପ ଜଳ ଯୋଗାଣ ପ୍ରକଳ୍ପ ଅନୁମୋଦନ କରାଯାଇଛି । ଅଦ୍ୟାବଧି, ଗ୍ରାମାଞ୍ଚଳର ପ୍ରାୟ ୬୧ ପ୍ରତିଶତ ପରିବାର ଏହି ଯୋଜନାରେ ଉପକୃତ ହୋଇପାରିଛନ୍ତି । ୧୪,୦୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ରୋଜଗାରକ୍ଷମ କରାଇବା ନିମନ୍ତେ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ସାମିଲ କରାଯାଇଛି । ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ୭୭୦ କୋଟି ଟଙ୍କାର ବ୍ୟବସାୟ ହୋଇଥିବାବେଳେ ୨୦୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଲାଭ ହୋଇଛି । ପ୍ରାୟ ୮୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ନର୍ସରୀ ପ୍ରସ୍ତୁତି, ପୁଷ୍ଟି ବଗିଚା ଆଦି କାର୍ଯ୍ୟରେ ସାମିଲ ହୋଇଥିବାବେଳେ, ସେମାନଙ୍କୁ ଆୟ କିମ୍ବା ସେବା ଶୁÂ ବାବଦରେ ୧୦୬୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ଓରମାସ ଏବଂ ମିଶନ ଶକ୍ତି ବିଭାଗ ସହଯୋଗରେ କରାଯାଉଛି ।

ଗତ ୪ ବର୍ଷ ମଧ୍ୟରେ ୮୨ ହଜାର ଯୁବକଙ୍କୁ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ତାଲିମ ପ୍ରଦାନ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଯୁବକମାନଙ୍କୁ ସଶକ୍ତ କରିବାର ଲକ୍ଷ୍ୟ ହାସଲ କରାଯାଇଛି । ଗ୍ରାମାଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ୧୨ ହଜାରରୁ ଅଧିକ ଖେଳ ପଡ଼ିଆ ଏବଂ ମିନି ଷ୍ଟାଡିୟମର ନିର୍ମାଣ କରାଯାଇଛି । ଏଥି ସହ, ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତରେ ପ୍ରାୟ ୮ ହଜାର ଖେଳ ପଡ଼ିଆ ନିର୍ମାଣ ମଧ୍ୟ କରାଯାଇଛି । ୫-‘ଟି’ ହାଇସ୍କୁଲ ରୂପାନ୍ତରଣ ଅଭିଯାନରେ ୭,୮୦୦ରୁ ଊଦ୍ଧ୍ୱର୍ ବିଦ୍ୟାଳୟକୁ ରୂପାନ୍ତରିତ କରାଯାଇ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି । ବିଭାଗ ପକ୍ଷରୁ ଗତ ୪ ବର୍ଷ ମଧ୍ୟରେ ନିଆଯାଇଥିବା ଅନ୍ୟାନ୍ୟ ପ୍ରମୁଖ ସଫଳତା ସମ୍ପର୍କରେ ମଧ୍ୟ ମାନ୍ୟବର ମନ୍ତ୍ରୀ ଆଲୋକପାତ କରି କହିଲେ ଯେ ମନରେଗା କାର୍ଯ୍ୟନ୍ୱୟନରେ ଓଡ଼ିଶା ଅନ୍ୟତମ ଶ୍ରେଷ୍ଠ ରାଜ୍ୟ ଭାବେ ପରିଗଣିତ ହୋଇଛି । ମନରେଗା ଏବଂ ଅନ୍ୟାନ୍ୟ ବିକାଶମୂଳକ ଯୋଜନା ସମନ୍ୱୟରେ ଦୀର୍ଘସ୍ଥାୟୀ ସମ୍ପତ୍ତି ସୃଷ୍ଟି କରିବା ଦିଗରେ ଆମର ପ୍ରୟାସକୁ ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି । ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ ନିମନ୍ତେ ୧୨ ଲକ୍ଷରୁ ଊଦ୍ଧ୍ୱର୍ ପ୍ରକଳ୍ପ କାମ ସମାପ୍ତ ହୋଇଛି । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଜଳ ସଂରକ୍ଷଣ, ଜଳବିଭାଜିକା ଉନ୍ନୟନ, ପଶୁପାଳନ କେନ୍ଦ୍ର, ଫାର୍ମ ପୋଖରୀ, ଅଙ୍ଗନବାଡି କେନ୍ଦ୍ର, ଖେଳ ପିଆ, ଜମିର ଉନ୍ନତିକର ଣ ଇତ୍ୟାଦି ଅ;ର୍ଭୁକ୍ତ । ସିଏଫ ସି/ଏସଏଫ ସି ବା ରାଜ୍ୟ ଅର୍ଥ କ ମିଶନ / କେନ୍ଦ୍ର ଅର୍ଥ କମିଶନ ଗ୍ରାଣ୍ଟ ଅଧୀନରେ ୧୫ ,୫୯୦ କୋଟି ଟଙ୍କା ବ୍ୟୟ ଅଟକଳରେ ୮ ଲକ୍ଷରୁ ଅଧିକ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ରକ୍ଷଣାବେକ୍ଷଣ, ଗ୍ରାମୀଣ ହାଟ, ବର୍ଷା ଜଳ ସଂରକ୍ଷଣ, ଜଳ ନିଷ୍କାସନ ବ୍ୟବସ୍ଥା, ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଖେଳ ପଡିଆ, ଗ୍ରାମୀଣ ପାଠାଗାର, ଗୋଷ୍ଠୀ ଗୃହ ଆଦିର ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଅନ୍ତର୍ଭୁକ୍ତ ।

ମନ୍ତ୍ରୀ ଶ୍ରୀ ଅମାତ କହିଲେ ଯେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ଅନ୍ତର୍ଗତ ୧୨୬୧ କୋଟି ଟଙ୍କା ବ୍ୟୟ ଅଟକଳରେ ୪,୧୭୬ ଟି ପ୍ରକଳ୍ପ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି । ଏଥିରେ ସ୍ୱାସ୍ଥ୍ୟ ଉପ କେନ୍ଦ୍ର, ବ୍ଲକ ସାଧାରଣ ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ମାଣ ଓ ରକ୍ଷଣାବେକ୍ଷଣ, ବାୟୋ ମେଡିକାଲ ବର୍ଜ୍ୟ ପରିଚାଳନା କେନ୍ଦ୍ର ଆଦି ଅନ୍ତର୍ଭୁକ୍ତ । କୋଭିଡ-୧୯ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ସଙ୍ଗରୋଦ୍ଧ ସୁବିଧା ଯୋଗାଇ ଦେବା ନିମନ୍ତେ ଗ୍ରାମ ପଞ୍ଚାୟତ ସ୍ତରରେ ୧୭,୦୦୦ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା । ହକି ବିଶ୍ୱକପ୍‌କୁ ଗ୍ରାମାଞ୍ଚଳରେ ଲୋକପ୍ରିୟ କରାଇବା ନିମନ୍ତେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ବିଭାଗ ପକ୍ଷରୁ ଗ୍ରାମ ପଞ୍ଚାୟତ ଓ ବ୍ଲକ ସ୍ତରରେ ବିଭିନ୍ନ ଗ୍ରାମୀଣ କ୍ରୀଡ଼ା ପ୍ରତିଯୋଗିତା ଏବଂ ପଲ୍ଲୀଶ୍ରୀ ମେଳା ଆଦି ଆୟୋଜନ ମଧ୍ୟ କରାଯାଇଥିଲା । ଏହି ବିଭାଗ, ଯୋଜନା କାର୍ଯ୍ୟକାରିତାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା ସହ ବିଭାଗ ପକ୍ଷରୁ ପ୍ରକଳ୍ପ ଓ ହିତାଧିକାରୀଙ୍କ ସମସ୍ତ ତଥ୍ୟ ସର୍ବସାଧାରଣରେ ଉପଲବ୍ଧ ହେଉଛି । ବିଭାଗର ଏହି ଉଦ୍ୟମ ବିଭିନ୍ନ ସ୍ତରରେ ବିଧିବଦ୍ଧ ଭାବେ ସ୍ୱୀକୃତି ଲାଭ କରିଛି । ଶ୍ରେଷ୍ଠ ଜିଲ୍ଲା ଓ ଶ୍ରେଷ୍ଠ ବ୍ଲକ ପୁରସ୍କାର ସମେତ ୬ ଟି ପୁରସ୍କାର ଜିତି ଓଡ଼ିଶା ଜାତୀୟ ପଞ୍ଚାୟତ ପୁରସ୍କାର, ୨୦୨୩ ରେ ଦ୍ୱିତୀୟ ସ୍ଥାନରେ ରହିଥିଲା । ଦକ୍ଷତା ବିକାଶ ତାଲିମରେ ମଧ୍ୟ ରାଜ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି । ଗ୍ରାମୀଣ ଗୃହ ନିର୍ମାଣ ଓ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ମଡେଲକୁ ଅନ୍ୟ ରାଜ୍ୟରେ ଅନୁକରଣ କରିବା ପାଇଁ ବିଧିବଦ୍ଧ ଭାବେ ସ୍ୱୀକୃତି ମିଳିଛି । ତୃଣମୂଳସ୍ତରରେ ସମସ୍ତ ସେବା ଯୋଗାଣକୁ ସୁନିଶ୍ଚିତ କରିବା ସହ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ ହିତାଧିକାରୀଙ୍କ ପାଖରେ ସମସ୍ତ ସେବା ଉପଲବ୍ଧ କରିବା ପାଇଁ ଲାଗି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି । ମିଶନ ମୋଡ୍‌ରେ ରାଜ୍ୟର ପ୍ରତି ବ୍ଲକ୍‌ରେ ମାର୍କେଟିଂ ଲିଙ୍କେଜ୍‌ ସହିତ ଗ୍ରାମୀଣ ଶିଳ୍ପ ଉଦ୍ୟାନ ପ୍ରତିଷ୍ଠା କରାଯିବ ।

ଏକ ବର୍ଷ ମଧ୍ୟରେ ମିଶନ ଶକ୍ତି କାଫେ ସମସ୍ତ ବ୍ଲକ୍‌ରେ ନିର୍ମାଣ ଓ କାର୍ଯ୍ୟକ୍ଷମ କରାଯିବ । ଅବ୍ୟବହୃତ ସରକାରୀ କ୍ୱାଟର ଓ ଅଟ୍ଟାଳିକାକୁ ମିଶନ ଶକ୍ତି ଏସ୍‌ଏଚ୍‌ଜିଙ୍କ ଉତ୍ପାଦନ କାର୍ଯ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ । ଓର୍‌ମାସ୍‌କୁ ଗ୍ରାମାଞ୍ଚଳବାସୀଙ୍କ ଉପକାର ପାଇଁ ଅଧିକ କ୍ରିୟାଶୀଳ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଥିଲେ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ବିଗତ ବର୍ଷମାନଙ୍କରେ ଜାତୀୟ ସ୍ତରରେ ଅନେକବାର ପୁରସ୍କୃତ ହୋଇ ରାଜ୍ୟ ପାଇଁ ସୁନାମ ଆଣିଛି । ଜାତୀୟ ସ୍ତରରେ ଗଞ୍ଜାମ ଶ୍ରେଷ୍ଠ ଜିଲ୍ଲା ପରିଷଦ ଏବଂ ହିଞ୍ଜିଳିକାଟୁ ଶ୍ରେଷ୍ଠ ବ୍ଲକ୍‌ ମନୋନୀତ ହୋଇ ଜାତୀୟ ପଞ୍ଚାୟତ ପୁରସ୍କାର ପାଇଛି । ବିଭାଗରେ ଆଶାତୀତ ସ୍ୱଚ୍ଛତା ବୃଦ୍ଧି କରାଯାଇଛି । ୫- ‘ଟି’ ପଦକ୍ଷେପଗୁଡ଼ିକରେ ନିଆଯାଇଥିବା କାର୍ଯ୍ୟାନ୍ୱୟନ ସନ୍ତୋଷଜନକ ବୋଲି ମୁଖ୍ୟମନ୍ତ୍ରୀ ସମୀକ୍ଷା ଅବସରରେ ପ୍ରକାଶ କରିଥିଲେ ବୋଲି ମନ୍ତ୍ରୀ ଶ୍ରୀ ଅମାତ ସୂଚନା ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

June 30, 2026
ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

June 30, 2026
ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

June 30, 2026

Recent News

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

June 30, 2026
ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

June 30, 2026
ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

June 30, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

June 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version