• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ସଂପୂର୍ଣ୍ଣ କରି ଓସିସି ଜନସାଧାରଣଙ୍କ ଅଧିକ ଆସ୍ଥା ଭାଜନ ହେଉ : ଜଳ ସଂପଦ ମନ୍ତ୍ରୀ ଟୁକୁନି ସାହୁ

Proprietor Abhimanyu Maharana by Proprietor Abhimanyu Maharana
May 24, 2023
in ଓଡ଼ିଶା, ମହାନଗର, ହୋମ୍
0
ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ସଂପୂର୍ଣ୍ଣ କରି ଓସିସି ଜନସାଧାରଣଙ୍କ ଅଧିକ ଆସ୍ଥା ଭାଜନ ହେଉ : ଜଳ ସଂପଦ ମନ୍ତ୍ରୀ ଟୁକୁନି ସାହୁ
Share on FacebookShare on TwitterWhatsapp

ଓଡିଶା ନିର୍ମାଣ ନିଗମ ଲିଃ.ର  ପ୍ରତିଷ୍ଠା ଦିବସ ପାଳିତ  ୬୧ ବର୍ଷର  ସଫଳତା  ସଂବଳିତ  ମୁଖପତ୍ର  ଉନ୍ମୋଚିତ

୨୪ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର :- ଓଡିଶା ନିର୍ମାଣ ନିଗମ ୧୯୬୨ ମସିହା ମଇ ମାସ ୨୨ ତାରିଖରେ  ଓଡିଶାର ତତ୍କାଳୀନ  ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ପ୍ରଚେଷ୍ଟାରେ ସ୍ଥାପିତ ହୋଇଥିଲା । ୬୧ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଓସିସିଏଲ୍ ଆଜି ରାଜ୍ୟ ସରକାରଙ୍କ ପରିଚାଳନାଧୀନ ଏକ ଅଗ୍ରଣୀ ନିର୍ମାଣକାରୀ ସଂସ୍ଥାଭାବେ  ଓଡିଶାର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ କରି ଏହାର ଉତ୍କର୍ଷତା ପ୍ରତିପାଦନ କରିପାରିଛି । ୨୨ ବର୍ଷ ଧରି ଓଡ଼ିଶା​‌ର ବିକାଶ ଧାରାକୁ ଆଗେଇ ନେଇଥିବା ବିଜୁବାବୁଙ୍କ ସୁପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସର୍ବଦା କୃଷି ପାଇଁ ଜଳ ଓ ସମସ୍ତଙ୍କୁ ପିଇବା ପାଣି ଉପଲବ୍ଧତା ଉପରେ ଗୁରୁତ୍ୱ ଦେଇ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟକରିବାକୁ ଆହ୍ୱାନ ଦେଇଛନ୍ତି । ଓସିସି ଜଳସଂପଦ ବିଭାଗ ସମେତ ରାଜ୍ୟ ସରକାରଙ୍କ ୯ଟି ବିଭାଗର ବିଭିନ୍ନ ନିର୍ମାଣ କାର୍ଯ୍ୟ କରୁଛି । ଓସିସି କରୁଥିବା  ବିଭିନ୍ନ କାର୍ଯ୍ୟକୁ ସଠିକ୍ ଭାବେ ସାରିବା ପାଇଁ ଜନସାଧାରଣ  ଯେଉଁ ଆଶା ରଖୁଛନ୍ତି, ‘୫-ଟି’ ଉପକ୍ରମ ଆଧାରରେ ଦଳଗତ ପ୍ରଚେଷ୍ଟା ଏବଂ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ମାଧ୍ୟମରେ, ଓସିସିଏଲ୍ ତାହାକୁ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରି ଜନ ସାଧାରଣଙ୍କର ଅଧିକରୁ ଅଧିକ ଆସ୍ଥାଭାଜନ ହେଉ ବୋଲି ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ପ୍ରକାଶ କରିଛନ୍ତି । ସୋମବାର ସଂଧ୍ୟାରେ ଭୁବନେଶ୍ୱରସ୍ଥିତ ଏକ  ତାରକା ହୋଟେଲରେ ଅନୁଷ୍ଠିତ ଓଡିଶା ନିର୍ମାଣ ନିଗମ ଲିମିଟେଡ ୬୧ତମ ସ୍ୱର୍ଣ୍ଣକ୍ଷେତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ ପୂର୍ବକ  ମନ୍ତ୍ରୀ ଶ୍ରୀମତୀ  ସାହୁ ଏହା  କହିଛନ୍ତି ।କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓସିସିଏଲର ଅଧ୍ୟକ୍ଷା ଶ୍ରୀମତୀ ଅନୁ ଗର୍ଗ, ଯୋଗଦେଇ କହିଛନ୍ତି  ଯେ, ଓସିସି ଦ୍ୱାରା ଜଳ ସଂପଦ ବିଭାଗର ଅଧିକ କାର୍ଯ୍ୟ କରାଯାଉଛି  । ଆଗାମୀ ୨୦୩୬ ମସିହାରେ  ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ  ପୂର୍ତ୍ତି ଏବଂ ୨୦୪୭ ମସିହାରେ ଦେଶ ସ୍ୱାଧୀନ ହେବାର ଶତ ବାର୍ଷିକ ପୂର୍ତ୍ତି ଅବସରରେ ଓଡିଶାର ବିକାଶକୁ ଲକ୍ଷ୍ୟ ରଖି ଓସିସି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରୁଛି । ସବୁ କାର୍ଯ୍ୟର ତଥ୍ୟ ଠିକ ଭାବେ ରଖିବା ସହିତ ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣକୁ ଦୃଷ୍ଟି ଦେଇ  ଓସିସି ଏହାର କାର୍ଯ୍ୟରେ ଗୁଣବତ୍ତା ବଜାୟ ରଖି ନିର୍ମାଣ କ୍ଷେତ୍ରରେ ଶ୍ରେଷ୍ଠ ଅନୁଷ୍ଠାନ ଭାବେ ସବୁଠି ସୁନାମ ଅର୍ଜନ କରୁ ବୋଲି ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଂଜନ ମହାନ୍ତି ଯୋଗଦେଇ କର୍ମଚାରୀମାନେ ଆଗାମୀ ଦିନରେ  ଅଧିକ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରିବାକୁ କହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ଓସିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଭୂତି ଭୂଷଣ ଦାଶ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଓସିସିର କାର୍ଯ୍ୟ ବିବରଣୀ ପାଠ କରି ଅନୁଷ୍ଠାନର ଦୀର୍ଘ ୬୧ ବର୍ଷର ସଫଳତାର ଯାତ୍ରାରେ ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟଧାରା  ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଶ୍ରୀ ଦାଶ ସୂଚନା ଦେଇ କହିଥିଲେ ଯେ,  ଓସିସିର ଉଲ୍ଲେଖନୀୟ କାର୍ଯ୍ୟମଧ୍ୟରେ ବାଲିମେଳା ପାଓ୍ୱାର ହାଉସ୍, ଅପର କୋଲାବ ପାଓ୍ନାର ହାଉସ୍ ଓ ଟନେଲ, ଇନ୍ଦ୍ରାବତୀ ପେନଷ୍ଟକ୍ସ, ଇନ୍ଦ୍ରାବତୀ କେନାଲ, ହାତୀ ବ୍ୟାରେଜ୍, ମହାନଦୀ ବ୍ୟାରେଜ, ସୁନାବେଡା ଠାରେ ହିନ୍ଦୁସ୍ଥାନ ଏରୋନଟି୍ସ ଟାଉନସିପ୍, ରେଙ୍ଗାଲୀ କେନାଲ ବ୍ୟବସ୍ଥା ,ଡ୍ୟାମ ଓ ପାଓ୍ୱାର ହାଉସ୍, ଲୋୟର ଇନ୍ଦ୍ରା ପ୍ରକଳ୍ପ, ଦେଓ ଜଳସେଚନ ପ୍ରକଳ୍ପ  ସଂପୂର୍ଣ୍ଣ  କରି ସଫଳତା ଲାଭ କରିଛି  । ଓସିସିଏଲ୍ ଲୋୟର ସୁକତେଲ ପ୍ରକଳ୍ପ, କାନୁପୁର ଜଳସେଚନ ପ୍ରକଳ୍ପ, ଘଟକେଶ୍ୱର ବହୁମୁଖୀ  ନଦୀବନ୍ଧ ଯୋଜନା, ଛେଳିଗଡ ଟନେଲ ଆଦି ଚଳିତ ବର୍ଷ ଶେଷ ହେବାକୁ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି । ରାଜ୍ୟ ଓ ଦେଶର ବିକାଶ ପାଇଁ ସମସ୍ତ ନିଷ୍ଠା ଓ ପ୍ରତିବଦ୍ଧତାର ସହ ଓସିସି ଏହାର କାର୍ଯ୍ୟ ଜାରି ରଖିବ ବୋଲି ଶ୍ରୀ ଦାଶ ପ୍ରକାଶ କରିଥିଲେ । ଏହି ଅବସରରେ ଓସିସି ତରଫରୁ ଏହାର ନିର୍ମାଣ କାର୍ଯ୍ୟାବଳୀ ସଂପର୍କିତ ଏକ ପୁସ୍ତିକା(ବ୍ରୋଚର) ଏବଂ ‘୬୧ ବର୍ଷର ଶ୍ରେଷ୍ଠତା ଓ ଆଗକୁ ବଢ଼ିବା’ ଶୀର୍ଷକ ସଂପର୍କିତ ନିଗମର ବାର୍ଷିକ ମୁଖପତ୍ର ଉନ୍ମୋଚିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଜଳସଂପଦ କ୍ଷେତ୍ରରେ ଭିତ୍ତିଭୂମିର ବିକାଶରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ବିଭାଗର ପ୍ରାକ୍ତନ ସର୍ବୋଚ୍ଚ ଯନ୍ତ୍ରୀ ତଥା ଓଡିଶା ନିର୍ମାଣ ନିଗମ ଲିଃ.ର ପ୍ରାକ୍ତନ ଅଧ୍ୟକ୍ଷ ଇଂ ଦିବାକର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଉଠା ଜଳସେଚନ ନିଗମ ଲିଃ. ର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ, ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ , ଜଳସଂପଦ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଅତିଥିଭାବେ ଉପସ୍ଥିତ ଥିଲେ । ଓସିସିର ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ(ବୋର୍ଡ ଅଫ୍‌ ଡିରେକ୍ଟର୍ସ) ସଦସ୍ୟ, ଅନ୍ୟ ପଦାଧିକାରୀଙ୍କ ସମେତ ବିଭିନ୍ନ ଜୋନରୁ ଜେନେରାଲ ମ୍ୟାନେଜର ଓ ଅନ୍ୟ କର୍ମକର୍ତ୍ତାମାନେ ଯୋଗଦେଇଥିଲେ । ଓସିସିର ଅର୍ଥ ପରାମର୍ଶଦାତା ତଥା ମୁଖ୍ୟ ବିତ୍ତ ଅଧିକାରୀ ଶ୍ରୀ ଦୁର୍ଗାପ୍ରସାଦ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଦ୍ୱିତୀୟ ଅଧିବେଶନରେ ଓସିସିର ବିଭିନ୍ନ ସିଭିଲ ଓ ମେକାନିକାଲ କାର୍ଯ୍ୟ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ପ୍ରକାଶ ଥାଉକି, ଓସିସିଏଲର କର୍ପୋରେଟ୍ ଅଫିସ୍ ଭୁବନେଶ୍ୱରରେ ଥିବା ବେଳେ ଏହାର ଯାନ୍ତ୍ରିକ ଓ୍ୱାର୍କସପ୍ ରସୁଲଗଡ ଓ କୋରାପୁଟର ଜୟପୁରରେ ରହିଛି । ଓସିସି ଅଧିନରେ ୭ ଟି ଜୋନାଲ କାର୍ଯ୍ୟାଳୟ, ୨୨ ଟି ସିଭିଲ ପ୍ରକଳ୍ପ ଓ ୯ ଟି ଯାନ୍ତ୍ରିକ ପ୍ରକଳ୍ପ କାର୍ଯ୍ୟାଳୟ ବରିଷ୍ଠ ପରିଚାଳକ ମାନେ ଦାୟିତ୍ୱରେ ରହିଛନ୍ତି । ଓସିସି ଏବେ ୨୦୩ଟି ସିଭିଲ ଓ ୪୦ଟି ମେକାନିକାଲ ଓ୍ୱାର୍କସ କାର୍ଯ୍ୟକାରୀ କରୁଛି । ଓସିସି ଏହାର ନିୟମିତ ନିର୍ମାଣ କାର୍ଯ୍ୟ ସହିତ ବିଭିନ୍ନ କନସଲଟାନ୍ସି ସେବା, ବିସ୍ତୃତ ପ୍ରକଳ୍ପ  ବିବରଣୀ (ଡିପିଆର) ପ୍ରସ୍ତୁତି, ପ୍ରକଳ୍ପ କାର୍ଯ୍ୟକାରିତା ନେଇ ପରିବେଶ ମଂଜୁରୀରେ ସହାୟତା, ଆବଶ୍ୟକ ସ୍ଥଳେ  ଜଙ୍ଗଲ ପରିବର୍ତ୍ତନ ପ୍ରସ୍ତାବ,ବ୍ୟାରେଜର ସର୍ବେକ୍ଷଣ ଓ ଅନୁଧ୍ୟାନ କାର୍ଯ୍ୟ କରିଆସୁଛି । ୨୦୧୯-୨୦ ରେ ଓସିସିର ବାର୍ଷିକ କାରବାର ୪୭୪.୨୨ କୋଟି, ୨୦୨୦ -୨୧ ରେ  କୋଭିଡ୍ ସ୍ଥିତିରେ ଏହା ୪୦୮.୪ କୋଟି ଏବଂ ୨୦୨୧-୨୨ ରେ ଏହା ୫୩୨.୬୪  କୋଟି ରହିଥିବା ବେଳେ ୨୦୨୨-୨୩ ରେ ଏହା ୭୦୦ କୋଟିକୁ ବୃଦ୍ଧି ପାଇଛି ଏବଂ ୨୦୨୩-୨୪ ରେ ଏହାର କାରବାର ୮୦୦  କୋଟିକୁ ବୃଦ୍ଧି ଲକ୍ଷ୍ୟ ରହିଛି । ୨୦୨୨-୨୩ ରେ ଏହାର ଲାଭ ୫୦.୮ କୋଟି ରହିଛି । ଓସିସି ପ୍ରତିବର୍ଷ ଏହାର ଲାଭରୁ  ରାଜ୍ୟ ସରକାରଙ୍କ ଅଂଶ ପ୍ରଦାନ କରିଆସୁଥିବା ବେଳେ ୨୦୨୨ -୨୩  ବର୍ଷରେ ୧୧.୬୪  କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଏହାର ଲାଭାଂଶ ପ୍ରଦାନ କରିଛି । ୨୦୨୩-୨୪ ରେ ଜଳ ସଂପଦ ବିଭାଗ ସମେତ ପ୍ରାଣୀ ସଂପଦ, ପୂର୍ତ୍ତ, ଓଡିଶା ହାଇଡ୍ରୋ ପାଓ୍ୱାର କର୍ପୋରେସନ, ଗ୍ରାମ୍ୟ ଉନ୍ନୟନ, ଇଡକୋ, ଜନସ୍ୱାସ୍ଥ୍ୟ , ଆଇଆଇଆଇଟି ଆଦିର ନିର୍ମାଣ କାର୍ଯ୍ୟ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

June 30, 2026
ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

June 30, 2026
ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

June 30, 2026

Recent News

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

June 30, 2026
ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ

June 30, 2026
ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ

June 30, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

June 30, 2026
ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ

June 30, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version