No Result
View All Result
୨୪ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଆର, ଉଦୟଗିରି :- ସକାଳ ପ୍ରାୟ ୪ ଟା ସମୟରେ ଆର .ଉଦୟଗିରି ଥାନା ମହେନ୍ଦ୍ରଗଡ ଗ୍ରାମର ହୋଟେଲ ମଧ୍ଯ କୁ ଗୋଟିଏ ଟ୍ରକ୍ ଭାରସାମ୍ୟ ହରାଇ ପଶିଯାଇଛି । ସୂଚନା ପ୍ରକାରେ ବ୍ରହ୍ମପୁର ପଟରୁ ଗୋଟିଏ ସାମଗ୍ରୀ ବୋଝେଇ ଟ୍ରକ୍ ରା ଉଦୟଗିରି ଅଭିମୁଖେ ଯାଉଥିବା ବେଳେ
ଡ୍ରାଇଭରର ଆଖି ଲାଗି ଯିବାରୁ ରାସ୍ତା କଡରେ ଥିବା ହୋଟେଲ ମଧ୍ୟକୁ ପଶିଯାଉଥିଲା । ତେବେ ହୋଟେଲ ସମୁଖରେ ଥିବା ଡ୍ରେନ୍ ରେ ଟ୍ରକ୍ ର ଚକା ଫସି ଯିବାରୁ ଟ୍ରକ ଟି ସେଠାରେ ଅଟକି ରହିଥିଲା । ତେବେ ଏହି ଘଟଣାରେ କୌଣସି ବ୍ୟକ୍ତି ଆହତ ହୋଇନଥିବା ଜଣାପଡିଛି ।
No Result
View All Result