No Result
View All Result
୨୩ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ବରଗଡ଼ :- ବରଗଡ଼ ଜିଲ୍ଲା ବରପାଲିର ମହାନ ପୌରାଣିକ ଶୀତଳଷଷ୍ଠୀ ଯାତ୍ରା ମହୋତ୍ସବ ପାଇଁ ୧୦ ଲକ୍ଷ ଟଙ୍କାର ସ୍ଵତନ୍ତ୍ର ଅନୁଦାନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି l
ଏହି ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବରପାଲି ଶୀତଳଷଷ୍ଠୀ ଯାତ୍ରା କମିଟି ତରଫରୁ ସଭାପତି ଆନନ୍ଦ ବାବୁ, ସମ୍ପାଦକ ଜୟନ୍ତ ତ୍ରିପାଠୀଙ୍କ ସମେତ କର୍ମକର୍ତ୍ତା ମଣ୍ଡଳୀ ଧନ୍ୟବାଦ ଜଣାଇଛନ୍ତି ।
No Result
View All Result