୨୨ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ପୁରୋହିତ/ବରଗଡ :- ଛତିଶଗଡ଼ ର ରାଜ୍ୟପାଳ ଶ୍ରୀ ବିଶ୍ଵଭୂଷଣ ହରି ଚନ୍ଦନଙ୍କୁ ରାୟପୁର ରାଜ ଭବନରେ ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ସାକ୍ଷାତ୍ କରି ଛତିଶଗଡ଼ ଗଙ୍ଗା ଭାବେ ପରିଚିତ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର କୁ ପରି ଦର୍ଶନରେ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ।
ଶ୍ରୀ ପୁରୋହିତଙ୍କ ସହ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରତିମା ପୁରୋହିତ ମଧ୍ୟ ମହା ମହିମ ରାଜ୍ୟପାଳଙ୍କୁ ରାଜ ଭବନରେ ଭେଟି ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ରାଜ୍ୟପାଳ ଓଡ଼ିଶାର ନୃସିଂହନାଥ ମନ୍ଦିର ପରିଦର୍ଶନରେ ଆସିବା ପାଇଁ ପ୍ରତିଶୃତି ଦେଇଥିବା ଜଣାଯାଏ ।

© 2023 Odisha Taza News.