No Result
View All Result
୨୨ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) କଟକ :- କଟକ, ସିଏମସି ୫୮ ନମ୍ବର ୱ।ର୍ଡ଼ ପ୍ରତାପନଗରୀ ଗ୍ରାମର କୁଆଖାଇ ନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମା, ଧାକୁଲେଇଙ୍କ ପୀଠ । ଏହି ପୀଠରେ ପ୍ରତାପନଗରୀ ମା, ଧାକୁଲେଇ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ଦୀର୍ଘ ୩୫ ବର୍ଷ ଧରି ବିଶ୍ୱଶାନ୍ତି ମହାଯଞ ଅନୁଷ୍ଠିତ ହୋଇ ଆସୁଛି । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଯଞର ପୂର୍ଣ୍ଣ ଆହୁତି ସୋମବାର ରାତି ୯ ଟାରେ ସଂପର୍ଣ୍ଣ କରାଯାଇଥିଲା । ୪ଦିନ ଧରି ଅନୁଷ୍ଠିତ ହୋଇଥିବା ମହା ଯଞରେ କଳସ ଶୋଭାଯାତ୍ରା, ଅଗ୍ନି ସଂଯୋଗ, ସୂର୍ଯ୍ୟ ପୂଜା , ଗୋ ପୂଜା, ଘୃତ ଆହୁତି ଦିଆଯାଇ ଯଞର ପୂର୍ଣ୍ଣ ଆହୁତି କାର୍ଯ୍ୟ ଶେଷ ହୋଇଥିଲା । ପୂର୍ଣ୍ଣ ଆହୁତି ସନ୍ଧ୍ୟାରେ ଦିବ୍ୟଙ୍ଗ କଳାକାରଙ୍କ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା । ପୂର୍ଣ୍ଣ ଆହୁତି ଦେଖିବା ପାଇଁ ଯଞ ସ୍ଥଳୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ଯଞକାର୍ଯ୍ୟ ଶେଷ ହେବା ପରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ପ୍ରତାପନଗରୀ ମା, ଧାକୁଲେଇ ଗ୍ରାମ୍ୟ ଉନୟନ କମିଟିର ସଭାପତି ପ୍ରମୋଦ କୁମାର ସ୍ୱାଇଁ, ସଂପାଦକ ପ୍ରମୋଦ କୁମାର ବେହେରା, ସହ ସଂପାଦକ ବାଦଲ କୁମାର ଜେନା, ବାଦଲ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଯଞକାର୍ଯ୍ୟକୁ ସୁ ପରିଚାଳନା କରିଥିଲେ । ଏଥିରେ ଗ୍ରାମର ସମସ୍ତ ଯୁବକ ବୟଜ୍ୟେଷ୍ଠ ବ୍ୟକ୍ତି ସହଯୋଗ କରିଥିଲେ ।
No Result
View All Result