ରାଜ୍ୟରେ ବିଗତ ଆର୍ଥିକ ବର୍ଷରେ ୩୪.୫୭ ଲକ୍ଷ ଚାଷୀଙ୍କୁ ମୋଟ ୧୬୬୮୩.୫୭ କୋଟି ଟଙ୍କାର କୃଷି ଋଣ ପ୍ରଦାନ କରାଯାଇଅଛି । ୨୦୦୦-୦୧ ବର୍ଷରେ ୬.୪୦ ଲକ୍ଷ ଚାଷୀଙ୍କୁ ଦିଆଯାଇଥିବା ୪୩୮.୩୬ କୋଟି ଟଙ୍କା ଋଣ ତୁଳନାରେ ଏହି ଅଭିବୃଦ୍ଧି ବିଭାଗର ସଫଳତାକୁ ସୂଚୀତ କରୁଛି । ଏତଦ୍ ବ୍ୟତୀତ, ରାଜ୍ୟରେ ପାକ୍ସ ମାନେ ଚାଷୀଙ୍କୁ ପ୍ରାମାଣିକ ବିହନ ଓ ସାର ଯୋଗାଣରେ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଇ ଆସୁଛନ୍ତି । ପାକ୍ସ ମାନଙ୍କ ଦ୍ଵାରା ସେବା ପ୍ରଦାନକୁ ଆହୁରି ଦକ୍ଷ ଓ ସ୍ଵଚ୍ଛ କରିବା ପାଇଁ ୨୨୯୫ ଗୋଟି ପାକ୍ସର କୋର ବ୍ୟାଙ୍କିଙ୍ଗ ସଲ୍ୟୁସନ ବ୍ୟବସ୍ଥାରେ କମ୍ପ୍ୟୁଟରୀକରଣ କରାଯାଇଅଛି ଯାହାକି ସାରା ଦେଶରେ ପ୍ରଥମ ଅଟେ ।
ଓଡିଶା ରାଜ୍ୟ ଓୟେରହାଉସିଂ କର୍ପୋରେସନର ମୋଟ ୫୧ ଗୋଟି ଗୋଦାମରୁ ୪୪ ଗୋଟି ଗୋଦାମରେ ଓୟେରହାଉସିଂ ଡେଭଲପମେଣ୍ଟ ଆଣ୍ଡ ସଲ୍ୟୁସନ ଆକ୍ଟର ବ୍ୟବସ୍ଥା ଲାଗୁ କରାଯାଇଅଛି ଓ ଡବ୍ଲ୍ୟୁଡିଆରଏ ଅଧୀନରେ ପଞ୍ଜୀକୃତ କରାହୋଇଅଛି । ଚାଷୀଙ୍କୁ ପ୍ରାକୃତିକ ବିପର୍ଯୟ ଜନିତ ଫସଲ ହାନି ପାଇଁ ସୁରକ୍ଷା ଦେବାପାଇଁ ସରକାର ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର୍ଯ୍ୟକାରୀ କରିଅଛନ୍ତି । ଏବଂ ୨୦୨୧-୨୨ ବର୍ଷପାଇଁ ୩୧.୯୩ ଲକ୍ଷ ଚାଷୀଙ୍କୁ ୧୧୬୬.୦୨ କୋଟି ଟଙ୍କାର ବୀମାଅର୍ଥ ପ୍ରଦାନ କରାଯାଇଅଛି । ୨୦୨୩-୨୪ ବର୍ଷରୁ ଏହି ଯୋଜନାରେ ଉନ୍ନତିକରଣ ପୂର୍ବକ ଅଧିକ ଚାଷୀଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଓ ଚାଷୀଙ୍କୁ ବୀମା ପ୍ରିମିୟମ ଦେୟମୁକ୍ତ କରିବା ପାଇଁ ଯୋଜନା ରହିଅଛି ।
୨୦୨୩-୨୪ ବର୍ଷପାଇଁ ବିଭିନ୍ନ ଯୋଜନାର ରୂପାନ୍ତକରଣ ପୂର୍ବକ ସମସ୍ତ ମାର୍କେଟ ୟାର୍ଡ, ମ୍ୟୁନିସିପାଲିଟି, ମାର୍କେଟ ଓ କୃଷକ ବଜାର ମାନଙ୍କୁ ଇ-ନାମ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା, ଜଟଣୀ ଠାରେ କ୍ୟାପିଟାଲ ରିଜିୟନ ଏଗ୍ରିକଲ୍ଚରାଲ ମାର୍କେଟ ସ୍ଥାପନ, କୃଷିଜାତ ଦ୍ରବ୍ୟର ଆନ୍ତଃରାଜ୍ୟ ବାଣିଜ୍ୟକୁ ପ୍ରୋତ୍ସାହନ, ରାଜ୍ୟରେ 40 ଲକ୍ଷ ରୁ ଊର୍ଦ୍ଧ୍ଵ ଚାଷୀଙ୍କୁ ସମବାଯ କୃଷିରୁଣ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତି କରଣ, ପାକ୍ସ ଭିତ୍ତିଭୂମି ର ବିକାଶ ସହ ମାଇକ୍ରୋ ଏଟିଏମ ସ୍ଥାପନ ପୂର୍ବକ ଏନ ପିସି ଆଇ ଅନୁମୋଦିତ ଦେୟ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବାର କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି । ଏହି କ୍ରମରେ ସମବାୟ ବିଭାଗ ଅଧିନସ୍ଥ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ଓ ଓଡିଶା ରାଜ୍ୟ ଓୟେରହାଉସିଂ କର୍ପୋରେସନ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଜାତୀୟ ସ୍ତରରେ ଅନେକ ସମ୍ମାନ ଓ ପୁରସ୍କାର ହାସଲ କରିବାର ସଫଳତା ପାଇ ଅଛି ।

© 2023 Odisha Taza News.