No Result
View All Result
ଜଗତସିଂହପୁର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ପବିତ୍ର ଦେବ ସନ୍ନାନ ପୂର୍ଣ୍ଣିମା l ଏହି ଉପଲକ୍ଷେ ହାଜିପୁରସ୍ତ ଜଗନ୍ନାଥ ମନ୍ଦିରରେ ବିଭିନ୍ନ ନୀତିକାନ୍ତି ସହ ଶ୍ରୀଜୀୟୁ ମାନଙ୍କୁ ସନ୍ନାନ ମଣ୍ଡପରେ ବସାଜlଇ 108 ଗରାଜଳରେ ସନ୍ନାନ କରାଯାଇଥିଲା l ସଖାଳୁ ଦ୍ୱାର ଫିଟା ପରେ ମଙ୍ଗଳାର୍ପଣ, ଡୋର ଲାଗି ପହଣ୍ଡି, ସନ୍ନାନ ମଣ୍ଡପରେ ମଙ୍ଗଳ ଆଳତୀ, ଜଳବିଜେ, ପୂଜାସlନ୍ନାନ, ଚେରାପହରା, ଗଜାନନ ବେଶ ସାହାଣ ମେଲା, ହାତୀବେଶ ମୈଲମ, ପୁଷ୍ପାଞ୍ଜଳି ଓ ଡୋରଲାଗି, ବାହୁଡା଼ ପହଣ୍ଡି, ଶେଷରେ ସୁନାଚିତା ଓ ରାହୁରେଖା ମୈଲମ କରାଯାଇଥିଲା l

ଏହିବେଶ ଦେଖିବାଲାଗି ଭକ୍ତ ମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା ମନ୍ଦିର ରାଜା ପ୍ରମୋଦ କୁମାର ନନ୍ଦୀ, ପାଟରାଜା ପ୍ରଭାତ କୁମାର ନନ୍ଦୀ, ବିଶ୍ୱା ବସୁ ବିଭୁଦତ୍ତ ସାହୁ, ମନ୍ଦିର ଶଙ୍କରାଚାର୍ଯ୍ୟ ବାବା ଅରକ୍ଷିତ ଦାସ,

ମୂଦିରସ୍ତ ବିଜୟ କୁମାର ମିଶ୍ର, କୋଠ କରଣ ବାମଦେବ ସ୍ୱାଇଁ, ବିଦ୍ୟାପତି ବିଷ୍ଣୁ ମିଶ୍ର, ରାଜ ଗୁରୁ ତୀର୍ଥlନନ୍ଦ ଦାଶ ଙ୍କ ସହ ମନ୍ଦିରର ସମସ୍ତ ସେବାୟତ ଉପସ୍ଥିତ ରହି କାର୍ଯ୍ୟକ୍ରମ ମାନ ସମାପନ କରିଥିଲେ l

No Result
View All Result