ପଛୁଆ ବର୍ଗ ସର୍ଭେ ର ଲକ୍ଷ୍ୟ ,ଉଦ୍ଦେଶ୍ୟ ସମ୍ପର୍କରେ ହିତାଧିକାରୀ ମାନଙ୍କୁ ବୁଝାଇବା ସହ ସରକାରଙ୍କ ଏହି କାର୍ଯ୍ୟକ୍ରମ ଶତପ୍ରତିଶତ ସଫଳତା ପାଇଁ ଅନୁରୋଧ କରିଥିଲେ।ଲୋକମାନଙ୍କୁ ସଚେତନ କରିବା ପାଇଁ ସ୍ବତନ୍ତ୍ର ସଚେତନତା ଅଭିଯାନ ରଥର ଶୁଭାରମ୍ଭ କରିଥିଲେ ବିଡ଼ିଓ ଶ୍ରୀ ମିଶ୍ର। ନୂଆଗାଁ ବ୍ଲକ୍ ର ବିଭିନ୍ନ ଗ୍ରାମ ବୁଲି ଲୋକମାନଙ୍କୁ ସଚେତନ କରିଥିଲା ଏହି ସଚେତନତା ରଥ।
ବିଡ଼ିଓ ଶ୍ରୀ ମିଶ୍ର ଙ୍କ ସହ ଡବ୍ଲୁ ଇ ଓ ମଳୟ ରଞ୍ଜନ ଚିନାରା ଏବଂ ସୁପର ଭାଇଜର ରଘୁନାଥ ସାହୁ ଉପସ୍ଥିତ ଥିଲେ। ସରକାରଙ୍କ କାର୍ଯ୍ୟକ୍ରମ ର ଶତ ପ୍ରତିଶତ ସଫଳ ରୂପାୟନ ପାଇଁ ଛୁଟି ଦିନରେ ମଧ୍ୟ ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର ଙ୍କ ପ୍ରଚେଷ୍ଟା ପାଇଁ ଜନସାଧାରଣ ଏବଂ ବୁଦ୍ଧିଜୀବୀ ମହଲରେ ରେ ପ୍ରଶଂସା କରାଯାଇଛି ।

© 2023 Odisha Taza News.