୨୦ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ କୁଦେଭଟ। ଗାଁ ରବୟସ ୮୦ ପାର । ଜିର୍ଣ୍ଣଶୀର୍ଣ୍ଣ ଶରୀର । ହାଡ଼ ଉପରେ କେବଳ ଚର୍ମର ଆସ୍ତରଣ । ଉଦୁଉଦିଆ ଦ୍ୱିପହରରେ ବେହୋସ୍ ହୋଇ ତଳେ ପଡ଼ିଛନ୍ତି ଏଇ ବୃଦ୍ଧ ଜଣଙ୍କ । ପାଖରେ ବୃଦ୍ଧା ପତ୍ନୀ ତାଙ୍କୁ ସାଷ୍ଟାଙ୍ଗ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏ ଦୃଶ୍ୟ ଦେଖିଲେ ଯାହାର ବି ଛାତି ତରଳି ଯିବ । କାହିଁକି, କେଉଁ ପରିସ୍ଥିତିରେ ଏମିତି ଅସହାୟ ଅବସ୍ଥାରେ ବ୍ୟକ୍ତି ଜଣଙ୍କ ପଡ଼ିଛନ୍ତି ସେକଥା ଜାଣିବା ପାଇଁ ଆପଣ ଚାହୁଁଥିବେ ନିଶ୍ଚୟ । ଘଟଣା କିଛି ଏମିତି, ବଲାଙ୍ଗୀର ଜିଲ୍ଲା ବେଲପଡ଼ା ପଂଚାୟତ କୁଦୋଭଟା ଗାଁର ଏଇ ବୃଦ୍ଧ ରାଜାରାମ ହାତୀ । ବାର୍ଦ୍ଧକ୍ୟ ଭତା ପାଇଁ ଟାଣ ଖରାରେ ନଦୀ ପାର ହୋଇ ୨ କିଲୋମିଟର ଚାଲି ଚାଲି ଷ୍ଟେଟ୍ ବ୍ୟାଙ୍କ ଶାଖରେ ପହଂଚିଥିଲେ । ଉଭୟ ସ୍ୱାମୀ ସ୍ତ୍ରୀ ଦୁଇ ମାସର ଭତା ଆଣିବା ପାଇଁ ଆସିଥିଲେ ବ୍ୟାଙ୍କ । ହେଲେ ବିଡ଼ମ୍ବନା ପତ୍ନୀଙ୍କର ଭତା ଟଙ୍କା ଖାତାରେ ଜମା ହୋଇଥିବାବେଳେ ରାଜାରାମଙ୍କର ଖାତାକୁ ଟଙ୍କା ଆସିନଥିବା କହିଥିଲେ ବ୍ୟାଙ୍କ ବାବୁ ।
ଚରମ ଦୁଃଖ ଆଉ ହତାଶା ଭିତରେ ଫେରିବା ବେଳେ ରାସ୍ତାକଡ଼ରେ ବେହୋସ୍ ହୋଇ ପଡ଼ିଛନ୍ତି ରାଜାରାମ । ନିରାଶ ଓ ଅସହାୟ ବୃଦ୍ଧା ପତ୍ନୀ ଅନ୍ୟମାନଙ୍କୁ ବିକଳରେ ସାହାଯ୍ୟ ମାଗିଥିଲେ । କିଛି ସହୃଦୟ ବ୍ୟକ୍ତି ଆମ୍ବୁଲାନ୍ସକୁ ଫୋନ କରି ତାଙ୍କୁ ବେଲପଡ଼ା ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଛନ୍ତି । ଏଇ ଘଟଣାକୁ ଦେଖିଲେ ପ୍ରଶ୍ନ ଆସୁଛି ରାଜାରାମଙ୍କ ପରି ବ୍ୟକ୍ତି ମାନଙ୍କ ପାଇଁ ଯୋଜନା ଦୂରକୁ ଚାଲିଯାଉନି ତ ?