ସେହି ଟାଙ୍ଗିରି ପାହାଡର ୧୧୧୫ ଫୁଟ ଉଚ୍ଚତା ବିଶିଷ୍ଟ ଟାଙ୍ଗିରି ପାହାଡ – ୭ କୁ ତାଙ୍କର ଛାତ୍ର ସ୍ବାଧୀନ ବଗର୍ତ୍ତି, ଗୋଡିପଟା ଗ୍ରାମର ଅଜିତ ଭାଇ, ଆଶିଷ କୁମାର କରୁଆଁ ସହିତ ସଂଧ୍ୟା ୫ ଘଣ୍ଟା ସମୟରେ ଆରୋହଣ ଆରମ୍ଭ କରି ଏକ ଘଣ୍ଟା ଆରୋହଣ ପରେ ଶିଖରରେ ୬ ଘଣ୍ଟା ସମୟରେ ସମସ୍ତେ ପହଞ୍ଚି ସେଠାରେ ୪୫ ମିନିଟ ରହି ତଳକୁ ଆସିଥିଲେ । ଶିଖର ଉପରେ ବେସ ତିଆରି କରିବା ପାଇଁ ଜାଗା ଦେଖିଥିଲେ । ତତ୍ ସଙ୍ଗେ ସମସ୍ତଙ୍କ ସହିତ ମାଉଣ୍ଟ ଏଭରେଷ୍ଟ ଦୁଃସାହସିକ ପର୍ବତାରୋହଣ ଅଭିଯାନ ଯାତ୍ରାର ଅନୁଭୂତି ବାଣ୍ଟିବା ସହିତ ସାହସ ଓ ସଫଳତା ଜୀବନରେ କିପରି ପାଇବେ ସେ ଦିଗରେ ଏଭରେଷ୍ଟ ବିଜେତା ଶ୍ରୀ ଭୋଇ ମାର୍ଗଦର୍ଶନ କରିଥିଲେ ।
ଏହା ସହିତ ବହୁତ ଶୀଘ୍ର ଟାଙ୍ଗିରି ପାହାଡରେ ବୃହତ ଓପନ ରେପଲିଙ୍ଗ ସରଫେସ ଟେଷ୍ଟ, ଜୁମାରିଙ୍ଗ ଏରିଆ, ବୁଲଡରିଙ୍ଗ ଏରିଆ, ଟାଙ୍ଗିରି ହିଲ ରନ କ୍ଳାଇମିଙ୍ଗ ତଥା ବିଭିନ୍ନ ପଥର ଚଟାଣ ଚଢିବା ଏବଂ ବେସିକ ରକ୍ କ୍ଳାଇମିଙ୍ଗ ପ୍ରଶିକ୍ଷଣ ସହିତ ହିଲ ଟ୍ରେକିଙ୍ଗ ଆରମ୍ଭ କରାଯିବ ବୋଲି ଏଭରେଷ୍ଟ ବିଜେତା ଶ୍ରୀଭୋଇ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ପର୍ବତାରୋହକ ଶ୍ରୀ ଭୋଇ ଏବଂ ଦୁଃସାହସିକ ସାଥୀ ମିଶି ୪୦୦୦ ହଜାର ଗଛ ଲଗାଇ ବଞ୍ଚାଇଛନ୍ତି । ଆଗାମୀ କିଛିମାସ ମଧ୍ଯରେ ଟାଙ୍ଗିରି ପାହାଡର ସମସ୍ତ ଜାଗାକୁ ଚିହ୍ନଟ କରି ଏକ ଉତ୍ତମ ପରିବେଶ ତଥା ଜଙ୍ଗଲ ସୃଷ୍ଟି କରିବାକୁ ଲକ୍ଷ୍ଯ ରଖିଛନ୍ତି । ଏହି ଦୁଃସାହସିକ ପର୍ବତାରୋହଣ କ୍ଷେତ୍ରକୁ ଉନ୍ନତିକରଣ କରିବା ପାଇଁ ଏଭରେଷ୍ଟ ଆରୋହୀ ଶ୍ରୀ ଭୋଇ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କୁ ଅନୁରୋଧ କରିଛନ୍ତି ।

© 2023 Odisha Taza News.