ବେଟି ବଢାଅ ଓ ବେଟି ବଞ୍ଚାଅ ର ନାରା ଦେଇ ଥିବା ମୋଦୀ ସରକାରର ବାହୁବଳୀ ବିଜେପି ସାଂସଦ ତଥା କୁସ୍ତି ଯୋଦ୍ଧାଙ୍କ ସର୍ବଭାରତୀୟ ସଭାପତି ବ୍ରିଜି ଭୂଷଣ ସରଣ ସିଂ ଓ ହରିୟାଣାର ବିଜେପି ମନ୍ତ୍ରୀ ସନ୍ଦୀପ ସିଂ ଆମ ଭାରତ ବର୍ଷର ସୁନାମ ଧନ୍ୟ ମହିଳା କୁସ୍ତି ଯୋଦ୍ଧା ମାନଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦେଇ ଆସୁଥିବା କଥା ପୋଲିସିକୁ ଅଭିଯୋଗ କରିଥିବା ବେଳେ ପୋଲିସି ଘଣ୍ଟ ଘୋଡାଇ ଏ ଯାବତ କୌଣସି ପଦକ୍ଷେପ ନେଉ ନାଂହାନ୍ତି । ଫଳରେ ଏହି ପିଡ଼ିତା ମାନେ ଦୀର୍ଘ ଦିନ ହେଲା ଦିଲ୍ଲୀର ଜନ୍ତର ମନ୍ତରରେ ନ୍ୟାୟ ଦାବୀରେ ଗଣଧାରଣା ଦେଇ ଥିଲାବେଳେ ମୋଦୀ ସରକାର ଅଭିଯୁକ୍ତ ମାନଙ୍କୁ ସମର୍ଥନ କରିବା ଦୁର୍ଭାଗ୍ୟ ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ ।
ବିଜେପି ମୋଦୀ ସରକାରର ଏତାଦୃଶ ମହିଳା ବିରୋଦ୍ଧି ମହିଳା ନିର୍ଯ୍ୟାତନା କୁ ମାନନୀଆ ରାଷ୍ଟ୍ରପତି ତୁରନ୍ତ ବିଚାର କରି ଅଭିଯୁକ୍ତଙ୍କୁ ସଂସଦୀୟ ପଦରୁ ବହିଷ୍କାର କରିବା ସହ ତୁରନ୍ତ ଗିରଫ କରିବା,ବିଚାର ବିଭାଗୀୟ ତଦନ୍ତ କରିବା,ଦୋଷୀ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରିବା,ପିଡ଼ିତା ମାନଙ୍କୁ ନ୍ୟାୟ ଦେବା ଓ ଯଥୋଚିତି କ୍ଷତିପୂରଣ ଯୋଗାଇ ଦେବାକୁ ବକ୍ତା ମାନେ ଦୃଢ଼ ଦାବୀ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ସ୍ଥାନୀୟ ତହସିଲ ଦାର ଇସ୍ପିତା ସାହୁଙ୍କ ଜରିୟାରେ ପ୍ରଦାନ କରିଥିଲେ ।
ସରକାର ଟାଳଟୁଳ ନୀତି ନେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ବକ୍ତା ମାନେ ଚେତାବନୀ ଦେଇଥିଲେ । ଏହି ପ୍ରତିବାଦ ବିକ୍ଷୋଭ ସଭାରେ କୃଷକ ନେତା ହରିଶ୍ଚନ୍ଦ୍ର ମିଶ୍ର, ମହିଳା ନେତ୍ରୀ ସଂଯୁକ୍ତା ସେଠୀ, କ୍ଷେତମୁଲିଆ ନେତା ଦୁଃଶାସନ ଜେନା, ଶ୍ରମିକ ନେତା ଭିକାରୀ ଚରଣ ସାହୁ, ଗଦାଧର ପ୍ରଧାନ, ସୁକାନ୍ତି ଜେନା,ପୁଷ୍ପାଞ୍ଜଳି ସେନାପତି, ପ୍ରତିଭା ବେହେରା, ସୁଶୀଲ ମହାନ୍ତି,କୁଳମଣି ପଳେଇ, ସବ୍ୟସାଚୀ ସେନାପତି, ରଜତ ଜେନା ପ୍ରମ୍ମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

© 2023 Odisha Taza News.