ବିଭିନ୍ନ ସୂତ୍ରରୁ ଖବର ପାଇବା ପରେ ଜିଲ୍ଲାପାଳ ଙ୍କ ର ନିର୍ଦ୍ଦେଶ କ୍ରମେ ଚାଇଲଡଲାଇନ୍ ଏବଂ ଶିଶୁ ଯତ୍ନ ଅନୁଷ୍ଠାନ, ଜରାଉର କର୍ମକର୍ତ୍ତା ୩ଟି ପୁତ୍ର ସନ୍ତାନଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ କ୍ରମେ ଡ଼େ ଷ୍ଟାର ହୋମ୍ ଶିଶୁ ଯତ୍ନ ଅନୁଷ୍ଠାନ, ଜରାଉ, ମୋହନା ରେ ଥଇଥାନ କରିଛନ୍ତି ଏବଂ ସେମାନଙ୍କର ଅଧାରହିଯାଇଥିବା ଶିକ୍ଷା କିପରି ପୁର୍ଣ୍ଣ ହେବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି । ଏବଂ ଏହି ମହିଳାଙ୍କର ଅନ୍ୟ 2ଟି ଝିଅଙ୍କ ଯତ୍ନ ନେବା ଲାଗି ସିଡିପିଓ, ମୋହନା ଙ୍କୁ ଅନୁରୋଧ କରାଯାଇଛି ।
ମାନସିକ ଭାରସାମ୍ୟ ହରାଇଥିବା ମାର ମଧ୍ୟ ଚିକିତ୍ସାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ମୁଖ୍ଯ ଚିକିତ୍ସାଧକାରୀ, ଗଜପତି ଙ୍କୁ ଅନୁରୋଧ କରାଯାଇଛ । ସେହିପରି ଅନ୍ତରବା ଗ୍ରାମର ଲୋକା ବିରଙ୍କର ମୃତ୍ୟୁ ପରେ ପରିବାର ପ୍ରତିପୋଷଣ କରିବାରେ ଅସମର୍ଥ ତଥା ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଥିବା ରୂପା ବୀର ଙ୍କର ୨ଟି ସନ୍ତାନଙ୍କୁ ମଧ୍ୟ ଥଇଥାନ ଏବଂ ଉଚିତ୍ ଶିକ୍ଷା ନିମନ୍ତେ ଡ଼େ ଷ୍ଟାର ହୋମ୍ ଶିଶୁ ଯତ୍ନ ଅନୁଷ୍ଠାନ, ଜରାଉ, ମୋହନା ରେ ଥଇଥାନ କରାଯାଇଛି । ଉପରୋକ୍ତ ୫ ଟି ଶିଶୁଙ୍କ ଶିକ୍ଷା ଏବଂ ଭବିଷ୍ୟତକୁ ନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଥିବା ପ୍ରକାଶ କରିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ।

© 2023 Odisha Taza News.