ଏଥିରେ ସମ୍ମାନିତ ଅତିଥି ଭାବେ ପାଟଣାଗଡ଼ ଉପଜିଲ୍ଲାପାଳ ଡ଼ଃ ବିଜୟାନନ୍ଦ ସେଠୀ , ଉପଖଣ୍ଡ ପୋଲିସ ଅଧିକାରୀ ଜ୍ୟୋତିର୍ମୟ ଭୋକ୍ତା ,ଗୋଷ୍ଠି ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀ ,ପାଟଣାଗଡ ତହସିଲଦାର ଲକ୍ଷ୍ମଣ ମାଝି, ଏଡ଼ ଭୋକେଟ୍ ଦର୍ପଗଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ସ୍କୁଲର ଛାତ୍ରଛାତ୍ରୀଙ୍କୁ ବହି,ଖାତା,କଲମ ପ୍ରଦାନ କରାଯାଇଥିବା ବେଳେ ଆଶା ଓ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ଛତା ପାଣି ବୋତଲ ପ୍ରଦାନ କରାଯାଇଥିଲା । ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଟ୍ରଫି ଦେଇ ସମ୍ମାନିତ କରାଯାଇଅଛି। ସେହିପରି ବେଲପଡ଼ା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବୈଠକ ଗୃହରେ ଆର୍ଟ ଅଫ୍ ଗିଭିଙ୍ଗ ଡେ ପାଳିତ ହୋଇଯାଇଛି।
ଉକ୍ତ ଗିଭିଙ୍ଗ ଡେ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ବେଲପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟର ସୋରେନ ଯୋଗାଇ ଥିବା ବେଳେ ମେଡିକାଲ ଇନ୍ ଚାର୍ଜ ଡଃ ରବିନ୍ଦ୍ର ମେହେର ଓ ଏ ବି ଓ ମିର୍ଦ୍ଧା ଯୋଗଦେଇ ଆଶା ମାନଙ୍କୁ ଛତା ଓ ପାଣି ବୋତଲ ପ୍ରଦାନ କରାଯାଇ ଥିଲା ।

© 2023 Odisha Taza News.