୧୬ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପଡ଼ିଆ :- ମାଲକାନଗିରି ଜିଲ୍ଲା ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ କାଲଦାପାଲ୍ଲୀ ସ୍ବାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ର ତରଫରୁ ଏମପିଭି- ୬୧ ଗ୍ରାମରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ଃ ଷ୍ଟିପର ରାଇତାଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏହି ଦିବସ ପାଳନ କରାଯାଇଥିଲା । ଏହି ଅବସରରେ କାଲଦାପାଲ୍ଲୀ ସ୍ବାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ର ଏମପିଭି- ୬୧ ଗ୍ରାମରେ ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଇଥିଲା । ଏହି ସଭାରେ RBSK- 1ର ଡ଼ଃ ସୁଧାଂଶୁ ଶେଖର ପାଢି ଡେଙ୍ଗୁ ରୋଗର ଲକ୍ଷଣ, ପ୍ରତିକାର ସଂପର୍କରେ ଅବଗତ କରାଇଥିଲେ ।
ଫାର୍ମାସିଷ୍ଟ ଅନ୍ତର୍ଯ୍ୟାମୀ ଦାସ ଡେଙ୍ଗୁ ରୋଗ କିପରି ବ୍ୟାପେ ସେ ବିଷୟରେ ଜଣାଇଥିଲେ । ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରା ଗ୍ରାମ ପରିଭ୍ରମଣ କରି ଲୋକମାନଙ୍କୁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ, ଅଙ୍ଗନବାଡ଼ି କର୍ମୀ ଆଶା, ମହିଳା ସ୍ବାସ୍ଥ୍ୟକର୍ମୀ ସୁଶିଲା ମୁଖୀ ଉପସ୍ଥିତ ଥିବା ବେଳେ ସୁପରଭାଇ ବିଜୟ କୁମାର ନାୟକ ଏହି ସଭା ପରିଚାଳନା ସହ ଶୋଭାଯାତ୍ରାକୁ ଵିପିଏମ ମହାନନ୍ଦ ମିସ୍ତ୍ରୀ, ପିଏଚଇଅ ନବିନ ଚନ୍ଦ୍ର ସାମରଥ,ଏମଟିଏସ ପ୍ରଶାନ୍ତ ବୈରାଗୀ ସମସ୍ତ ଅଞ୍ଚଳ ପରିଦର୍ଶନ କରି ତଦାରଖ କରିଥିଲେ ।














