ସାଧାରଣ ଭାବେ ଏକ ସଫଳ କୃଷି ଉଦ୍ୟୋଗୀ ହେବା ପାଇଁ ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କିଭଳି ସହାୟକ ହେବ ସେ ନେଇ ପ୍ରଶିକ୍ଷଣ ଦିଆ ଯାଇଥିଲା । କୃଷକ ତଥା ଉଦ୍ୟୋଗୀମାନଙ୍କୁ କୃଷି ଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ବୈଷୟିକ ଜ୍ଞାନ କୌଶଳ, ପ୍ରଶିକ୍ଷଣ, ପ୍ରୋତ୍ସାହନ ଓ ଅନୁକୂଳ ପରିବେଶ ଯୋଗାଇ ଦେବା ଆପିକଲର ମୁଖ୍ୟ ଲକ୍ଷ୍ୟ ଏବଂ କୃଷିଭିତ୍ତିକ ଉଦ୍ୟୋଗ ସ୍ଥାପନ ନିମନ୍ତେ ଉପଲବ୍ଧ ରିହାତି ପ୍ରଦାନ ପାଇଁ ଏହା ଏକ ସରଳ, ସ୍ୱଚ୍ଛ, ଅନ ଲାଇନ ପ୍ରକ୍ରିୟା ଏବଂ କୃଷିଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆପିକଲର ୱେବସାଇଟ www.apicol.nic.in c ମାଧ୍ୟମରେ ପଞ୍ଜିକରଣ କିପରି କରି ପାରିବେ ଆପିକଲ ଜିଲ୍ଲା ସଂଯୋଜକ ବୁଝାଇଥିଲେ ।ନୂଆଗାଁ ବ୍ଲକ୍ ର ସମସ୍ତ ସରପଞ୍ଚ ,ସମିତି ସଭ୍ୟ, ସଭ୍ୟା ଏହି ପ୍ରଶିକ୍ଷଣ ରେ ଅଂଶ ଗ୍ରହଣ କରିଥିଲେ।

© 2023 Odisha Taza News.