୧୫ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଆଜି ସଂଧ୍ୟା ୬ଟା ୨୦ରେ ଭୁବନେଶ୍ୱରରୁ ଦୁବାଇ ଅଭିମୁଖେ ଉଡ଼ିଲା ଇଣ୍ଡିଗୋ ଫ୍ଲାଇଟ୍ । ପତାକା ହଲାଇ ଏହି ବହୁ ପ୍ରତୀକ୍ଷିତ ବିମାନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଫ୍ଲାଇଟରେ ସାଧାରଣ ଯାତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ବିଧାୟକ, ୧୦ ଜଣ ମିଶନ ଶକ୍ତି ମହିଳା, କିଛି କ୍ରୀଡ଼ାବିତ, ପୂର୍ବତନ କ୍ରୀଡ଼ାବିତ ଯାତ୍ରା କରିଛନ୍ତି ।ସୋମବାର ପୂର୍ବାହ୍ନରେ ଦୁବାଇରୁ ୧୭୧ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିଲା ଇଣ୍ଡିଗୋ ଫ୍ଲାଇଟ୍ । ସିଧାସଳଖ ଦୁବାଇରୁ ଭୁବନେଶ୍ୱର ଫ୍ଲାଇଟ୍ ଛାଡୁଥିବାରୁ ଓଡ଼ିଆ ଯାତ୍ରୀମାନେ ଖୁସି ହୋଇଥିଲେ । ପୂର୍ବରୁ ଭାୟା ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ହୋଇ ଭୁବନେଶ୍ୱର ଆସିବାକୁ ପଡୁଥିଲା । ୧୦ରୁ ୧୨ ଘଣ୍ଟା ଲାଗୁଥିଲା । ଏବେ ମାତ୍ର ୪ ଘଣ୍ଟାରେ ସିଧାସଳଖ ଦୁବାଇରୁ ଭୁବନେଶ୍ୱରରେ ପହଞ୍ଚି ହେବ । ଦିନ ପ୍ରାୟ ୧ଟା ବେଳେ ଦୁବାଇ ବିମାନ ବନ୍ଦରରୁ ଛାଡ଼ିଥିବା ଫ୍ଲାଇଟ୍ ଭୁବନେଶ୍ୱରର ବିମାନ ବନ୍ଦରରେ ପହଞ୍ଚିଥିଲା ସଂଧ୍ୟା ୫ଟାରେ ।ଆଜି ୧୮୬ ଯାତ୍ରୀଙ୍କୁ ଧରି ଦୁବାଇ ଅଭିମୁଖେ ଇଣ୍ଡିଗୋର ଏକ ବିମାନ ଉଡ଼ିଥିବା ବେଳେ, ତା’ ପୂର୍ବରୁ ଦୁବାଇରୁ ୧୭୪ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରେ ପହଞ୍ଚିଥିଲା। ପୂର୍ବରୁ ବିଭିନ୍ନ ସିଟି ଦେଇ ଦୁବାଇ ଯାତ୍ରା କରିବାକୁ ପ୍ରାୟ ୨୪ ଘଣ୍ଟା ଲାଗୁଥିଲା । ଏବେ କିନ୍ତୁ ମାତ୍ର ୪ ଘଣ୍ଟା ଲାଗିବ । ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ଏଭଳି ସପ୍ତାହକୁ ୩ ଥର ବିମାନ ଚାଲିବ। ତେବେ ସରକାର ଦୁବାଇ ଯିବା ଆସିବା ବିମାନ ଭଡ଼ା ୨୦ ହଜାର ଘୋଷଣା କରିଥିବା ବେଳେ ଏହା ବୁକିଂ ବେଳେ ଏହା ୨୬ରୁ ୨୭ ହଜାର ଟଙ୍କା ଦେଖାଉଥିବାରୁ ତାକୁ ନେଇ ଯାତ୍ରୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ।