ସେଠାରୁ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ବ୍ଳକ ସମ୍ମୁଖରେ ପହଞ୍ଚିଥିଲେ । ବିଡିଓ ଲୋକନାଥ ଶବରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସମ୍ବିଧାନର ୫ମଅନୁସୁଚିର ଅନୁଛେଦ -୫(୧)ଅନୁଯାୟୀ ଅନୁସୁଚିତ ଅଞ୍ଚଳରେ ଅନୁସୁଚିତ ଜନଜାତି ମାନଙ୍କର ସ୍ବାର୍ଥ,
ଅଧିକାର ଓ ସାମଗ୍ରିକ ବିକାଶ ପାଇଁ ରାଜ୍ୟପାଳଙ୍କ ଉପରେ ନ୍ୟସ୍ତ ହୋଇଥିବା ଅସାଧାରଣ କ୍ଷମତା ବଳିର ଯଥାର୍ଥ ଓ ପ୍ରୟୋଗ ସୁନିଶ୍ଚିତ ସହ ଅନ୍ୟାନ୍ୟ ଦାବି ଏଥିରେ ଉଲ୍ଲେଖ ରହିଛି । ଏହି କାର୍ଯ୍ୟକ୍ରମରେ ସତାଧିକ ଆଦିବାସୀ ଯୋଗ ଦେଇଥିଲେ । ଶୋଭାଯାତ୍ରା ବେଳେ ଶାନ୍ତି ବଜାୟ ରଖିବା ପାଇଁ ଖଜୁରିପଦା ଫାଣ୍ଡି ଅଧିକାରୀ ଡି. ଗଜପତି ଦୋରା ସଦଳବଳେ ଉପସ୍ଥିତ ଥିଲେ

© 2023 Odisha Taza News.