No Result
View All Result
୧୧ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ :- ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦେଶକ୍ରମେ ଜାତୀୟ ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟରତ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ବିଶ୍ୱରଞ୍ଜନ ସୁବୁଦ୍ଧିଙ୍କର ଖଣ୍ଡପଡା ବ୍ଲକ ନୂଆଗଡି ଆସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବଦଳି ହୋଇଯାଇଛି । ଏହି ଅବସରରେ ବଡପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟ ସଭାଗୃହରେ ଏକ ସମ୍ବର୍ଦ୍ଧନା ସଭା ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ଆଶୁତୋଷ ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା । ଶ୍ରୀ ସୁବୁଦ୍ଧିଙ୍କର ତତ୍ଵାବଧାନରେ ନୟାଗଡ ଜିଲ୍ଲା ସ୍ୱାସ୍ଥ୍ୟ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।
ତାଙ୍କର ଅମାୟିକ ବ୍ୟବହାର ଓ ଉତ୍ତମ ଲୋକସମ୍ପର୍କକୁ ନିଶ୍ଚୟ ମନେ ପକାଇବେ ବୋଲି ମତପ୍ରକାଶ ପାଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଥିବା କାୟକଳ୍ପର ମାନ୍ୟତା କିପରି ବଜାୟ ରହିବ ସେ ଦିଗରେ ସମସ୍ତ କର୍ମଚାରୀ କାମ କରିବେ ବୋଲି ଶ୍ରୀ ସୁବୁଦ୍ଧିଙ୍କର ଅଶବ୍ୟକ୍ତ କରିଥିଲେ । ଏହି ଅବସରେ ନୂତନ ଭାବେ ଦାଇତ୍ଵ ଗ୍ରହଣ କରିବା ବ୍ଲକ କାର୍ଯ୍ୟକ୍ରମ ପରିଚାଳିକା ନିବେଦିତ ପ୍ରଧାନଙ୍କୁ ସ୍ଵାଗତ କରାଯାଇଥିଲା ।
ଏହି ଅବସରେ ଡାକ୍ତର ରାଜେଶ ମିଶ୍ର, ଡାକ୍ତର ମନ୍ଦାକିନୀ ତ୍ରିପାଠୀ, ସମ୍ପ୍ରସାରଣ ଅଧିକାରୀ ପ୍ରଭାକର ପଲେଇ, ଦୀପକ ଦଳବେହେରା, ରାଧେଶ୍ୟାମ ପ୍ରଧାନ ଭାରତ ବେହେରା, ମମତା ମିଶ୍ର ଜୟନ୍ତୀ ଜେନା, କଲ୍ୟାଣୀ ସାହୁ, ଉର୍ମିଲା ବେହେରା, ବେଣୁଧର ଦାସ, ଗୁଣନିଧି ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result