୧୧ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା ଜିଲ୍ଲା :- ଗୁଣପୁର ବ୍ଳକ୍ ଦକ୍ଷିଣ ଓଡିଶା ପାଚିକା ଓ ସହାୟିକା ମହା ସଂଘ ଏ ଆଇ ସି ସି ଟି ୟୁ ତରଫରୁ ଗୁଣପୁର ଟାଉନ ହଲ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ପାଚିକା ସଂଘର ଉପଦେଷ୍ଟା ଶ୍ରୀ- ତ୍ରିପତି ଗମାଙ୍ଗଙ୍କ ନେତୃତ୍ବରେ ହୋଇଛି । ଗୁଣପୁର ବ୍ଲକ୍ ସଭାପତି ଶ୍ରୀମତୀ-ମୁନି ଶବର ପରିଚାଳନା କରିଥିଲେ । ଆସନ୍ତା ୨୯ ତାରିଖ ମେ ମାସ ଦାକ୍ଷିଣ ଓଡିଶା ପାଚିକା ଓ ସହାୟିକା ମହା ସଂଘ ମଧ୍ୟାହ୍ନ ଭୋଜନ ରୋଷେଇ ମାଆ ମାନେ ଏ ଆଇ ସି ସି ଟି ୟୁ ତରଫରୁ ବିଭିନ୍ନ ସମସ୍ୟାକୁ ନେଇ ଗୁଣପୁର ଠାରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ କରିବା ନେଇ ନିଷ୍ପତ୍ତି ଗ୍ରହଣ କରିଥିଲେ ।
ଉକ୍ତ ଦାବୀ ସମୂହ :-
ପାଚିକା ଓ ସହାୟିକା ମାଆ ମାନଙ୍କୁ ସ୍ଥାୟୀ କରାଯାଉ l ମଧ୍ୟାହ୍ନ ଭୋଜନକୁ ଅକ୍ଷୟ ପାତ୍ର ଓ ନନ୍ଦୀ ଫାଉଣ୍ଡେସନ ବଳି ଘରୋଇ ସଂସ୍ଥା କୁ ଦେବା ବନ୍ଦ କରାଯାଉ । ଶ୍ରମିକ କର୍ମଚାରୀ ବିରୋଧୀ ଶ୍ରମ କୋଡ଼କୁ ବାତିଲ କରାଯାଉ । ସମସ୍ତ ପାଚିକା ଓ ସହାୟିକା ମାଆ ମାନଙ୍କୁ ସାମାଜିକ ନିରାପତ୍ତା ଓ ବୀମାଭୁକ୍ତ କରାଯାଉ । ପାଚିକା ଓ ସହାୟିକା ମାଆ ମାନଙ୍କୁ ମାସିକ ୨୬ ହଜାର ଟଙ୍କା ପ୍ରଦାନ କରାଯାଉ । ପାଚିକା ଓ ସହାୟିକା ମାନଙ୍କୁ ପେନସନ୍ ଯୋଜନା ଲାଗୁ କରାଯାଉ । ପାଚିକା ଓ ସହାୟିକା ମାନଙ୍କୁ ବର୍ଷ କୁ ଦୁଇ ଗୋଟି ସୁତା ଲୁଗା କୋଳ ଯୋଗାଇ ଦିଆଯାଉ ।ପାଚିକା ମାନଙ୍କୁ ଛୁଟି ନେବାର ବ୍ୟବସ୍ଥା କରାଯାଉ । ଅବସର କାଳିନ ବାଦ ପଡିଥିବା ପାଚିକା ମାନଙ୍କୁ ଭତ୍ତା ପ୍ରଦାନ କରାଯାଉ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବଜେଟରେ ଛାତ୍ରଛାତ୍ରୀ ମାନଙ୍କ ଖାଇବା ଖର୍ଚ୍ଚ ବୃଦ୍ଧି ପାଇବା ବ୍ୟବସ୍ଥା କରାଯାଉ । ନୂନତ ଶିକ୍ଷା ନୀତି ୨୦୨୦କୁ ବାତିଲ୍ କରାଯାଉ । ନୂତନ ଭାବେ ନିଯୁକ୍ତି ପାଉଥିବା ପାତିକା ଭାଇମାନଙ୍କୁ ନିଯୁକ୍ତି ଦିନ ଠାରୁ ପାରିଶ୍ରମିକ ପ୍ରଦାନ କରାଯାଉ । ଆଜିର ବୈଠକରେ ମୁନି ଶବର, ଆୟାନ୍ତୀ ଶବର,ପୂର୍ଣ୍ଣି ଶବର,ପଦ୍ମା ପାତ୍ର,ସୁନେତ୍ରି ପାଣି ତଥା ଏହି ବୈଠକରେ ୧୦୦ ଜଣରୁ ଉର୍ଦ୍ଦ ମାଆ ମାନେ ଉପସ୍ଥିତ ରହିଥିଲେ ।