୧୦ ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଢ଼ାଝୋଲା ଗ୍ରାମପଞ୍ଚାୟତ ଅଧୀନରେ ଥିବା କାଳିଆମ୍ବା ଠାରେ ବହୁ ପ୍ରତିକ୍ଷୀତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଟି ୨ କୋଟି ୨୯ ଲକ୍ଷ ଟଙ୍କାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ମଞ୍ଜୁର ହୋଇଛି । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ଚାଷୀ ମାନଙ୍କ ଦୁଃଖ ସବୁଦିନ ପାଇଁ ଦୂର ହେବାକୁ ଯାଉଛି ବୋଲି କହିଥିଲେ । ଏହି ପ୍ରକଳ୍ପ ଦ୍ବାରା ଶହ ଶହ ହେକ୍ଟର ଚାଷ ଜମି ଜଳ ସେଚିତ ହୋଇ ପାରିବ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଥିଲେ ଦଶପଲ୍ଲା ବିଧାୟକ ।
ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା , ଉପାଧ୍ୟକ୍ଷ ପର୍ଶୁରାମ ସ୍ଵାଇଁ ,୧୬ ନଂ ଜୋନ ଜିଲ୍ଲା ପରିଷଦସଭ୍ୟା ଜସ୍ମିନ ଦାସ ,୧୭ ଜୋନ ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲୀପ ଦଳବେହେରା ,ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ତଥା ନାରୀ ନେତ୍ରୀ ପୁଷ୍ପାଞ୍ଜଳି ସାହୁ,ସଫଳ ଚାଷୀ ସୂର୍ଯ୍ୟନାରାୟଣ ସାହୁ, କ୍ଷୁଦ୍ର ଜଳ ସେଚନ ଅଧିକ୍ଷରଣ ଯନ୍ତ୍ରୀ ନାମଯୋନ ପଟ୍ଟନାୟକ , ସରପଞ୍ଚ ବାହାଡଝୋଲା ଆରତୀ ସେଠୀ , ବାହାଡ଼ ଝୋଲା ପଞ୍ଚାୟତ ସମିତି ସଭ୍ୟା ମିତା ଅଧିକାରୀ ଉପସ୍ଥିତ ରହିଥିଲେ ।
ତତ ସହିତ ଅଞ୍ଚଳର ବୁଦ୍ଧିଜୀବୀ , ଅଞ୍ଚଳ ବାସୀ ଓ ବିଭିନ୍ନ ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତି ସଭ୍ଯ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟପାଇଁ ଅଞ୍ଚଳବାସୀ,କୃଷକ ,ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ଚାଷୀ ମାନଙ୍କ ଦୁଃଖ ଦୂର ହେବାକୁ ଯାଉଥିବାରୁ ଅଞ୍ଚଳ ବାସୀ ଦଶପଲ୍ଲା ବିଧାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି ।

© 2023 Odisha Taza News.