୧୦ ମଇ ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର :- ନୟାଗଡ ଜିଲ୍ଲା ରଣପୁର ଥାନା ଅଧିନସ୍ଥ ରାଜସୁନାଖଳା ଫାଣ୍ଡି ର ରୁପାନ୍ତରିତ ଗୃହ ବୁଧବାର ମଧ୍ୟାହ୍ନ ରେ ସ୍ଥାନୀୟ ବିଧାୟକ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ପୁର୍ବରୁ ଏହି ଫାଣ୍ଡି ଗୃହ ଟି ଜରାଜୀର୍ଣ୍ଣ ଓ ପୃୁରୁଣା ଘରେ ଚାଲିଥିଲା ।
ତେବେ ସ୍ଥାନୀୟ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ନିଜସ୍ୱ ହାତ ପାଣ୍ଠି ରୁ ୪ ଲକ୍ଷ ୫୦ ହୃଜାର ଟଙ୍କା ପ୍ରଦାନ କରିବାପରେ ଏହାର ପନଃନିର୍ମାଣ ହୋଇଥିଲା । ଏହି ଅବସରରେ ଉକ୍ତ ଗୃହ ର ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବିଧାୟକ ଶ୍ରୀ ପ୍ରଧାନ ଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହୀ,
ସ୍ଥାନୀୟ ସରଂପଚ ଚିତରଞ୍ଜନ ପ୍ରଧାନ, ସମିତିସଭ୍ୟ ତପନ ପ୍ରଧାନ, ବରିଷ୍ଠ ନାଗରିକ ସଂଘ ର ଉପଦେଷ୍ଟା ମଦନ ସାହୁ, ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ସମେତ ଗଣମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ଅଂଚଳ ର ବହୁ ବୁଦ୍ଧିଜୀବି ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
ସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ ଜିଲ୍ଲା ର ସମସ୍ତ ଥାନା ଅଧିକାରୀ ଓ ଫାଣ୍ଡି ଅଧିକାରୀ , ଅନ୍ୟ ପୋଲିସ କର୍ମୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ 














