No Result
View All Result
୯ମେ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନସ୍ଥ ଗୁମି ବନବିଭାଗ କାର୍ଯ୍ୟାଳୟ ମଧ୍ୟରେ ଶୁଭ ଉଦ୍ଘାଟିତ ହୋଇଛି ଗୁମି ବନପାଳଙ୍କ ନୂତନ କାର୍ଯ୍ୟାଳୟ ।ବନପାଳ ପବିତ୍ର ପରିଡାଙ୍କ ତତ୍ତ୍ଵାବଧାନରେ ଉଦ୍ଘାଟନୀ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି.। ବହୁଦିନ ଦିନ ଧରି କାର୍ଯ୍ୟଳୟ ଅଭାବ ରହିଥିଲା ଗୁମି ବନବିଭାଗ କର୍ମଚାରୀଙ୍କ ପାଇଁ । ଆଜି ନୂତନ ଭାବରେ ନିର୍ମାଣ ହୋଇଥିବା କାର୍ଯ୍ୟଳୟର ଶୁଭ ଉଦ୍ଘାଟନ ହୋଇଯାଇଛି ।
ନୟାଗଡ ବନ ଖଣ୍ଡ ଅଧିକାରୀନୀ କ୍ଷମା ଶଢଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟାଳୟ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ମହିପୁର ବନାଞ୍ଚଳ ଅଧିକାରୀ ଅମ୍ରିତ କୁମାର ସାହୁ । ଆଜିର ଏହି କାର୍ଯ୍ୟ କ୍ରମରେ ବନବିଭାଗର ସମସ୍ତ କର୍ମଚାରୀ ଓ ଗୁମି ଗ୍ରାମର ବୁଦ୍ଧିଜୀବୀ ଉପସ୍ଥିତ ରହିଥିବା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।

No Result
View All Result