ଓଡିଶା ତାଜା ନ୍ୟୁଜ୍ (୨୧ ଜୁନ ୨୦୨୦ ରବିବାର) ଅନୁଗୁଳ :- ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନଞ୍ଚଳ ଅନ୍ତର୍ଗତ ଛେଣ୍ଡିପଡା ପଦା ଜଙ୍ଗଲ ର ଗୋଡିମରା ଠାରେ ଶନିବାର ଦିନ ଏକ ମାଖନା ଦାନ୍ତ ଉଠୁ ନଥିବା ଅଣ୍ଡିରା ହାତୀ ର ଗଳିତ ମୃତ ଦେହ କୁ ବନ ବିଭାଗ ଉଦ୍ଧାର କରିଛି ।
ଗତ ୧୭ ତାରିଖ ବିଳମ୍ବିତ ରାତିରେ ଉକ୍ତ ହାତୀ ଜଙ୍ଗଲ ନିକଟବର୍ତ୍ତୀ ଭାଗଲକଟା ଗ୍ରାମ ର ନୀଳକଣ୍ଠ ନାୟକ ଙ୍କ ଘରକୁ ଭାଙ୍ଗି ଦେଇଥିଲା । ତାପରେ ହାତୀର କୌଣସି ସନ୍ଧାନ ମିଳି ପାରି ନଥିଲା । ପରେ ହାତୀ ର ମୃତ ଦେହ ଉଦ୍ଧାର ହୋଇଥିଲା । (ରିପୋର୍ଟ – ଆନନ୍ଦ ପଟନାୟକ )