ସେହିପରି ଅନୁରୂପ ଭାବେ କୋରଡ଼ା ଠାରୁ ରଗଡ଼ି ମଡା, ଭାୟା – ମିନା ଗାଡିଆ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଚାଲିଥିବା ୫ କିମି ରାସ୍ତା ନିର୍ମାଣ କିପରି ଚାଲିଛି ଦେଖିବା ସହ ରାସ୍ତା ନିର୍ମାଣ ସମ୍ପର୍କରେ ରଗଡ଼ି ମଡା ଲୋକମାନଙ୍କୁ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ର ଉପଦେଷ୍ଟା ସବିତା ମହାପାତ୍ର । ଗ୍ରାମ କୁ ପୂର୍ବରୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ସେବା ସହିତ ,ପିଲାମାନଙ୍କ ପାଠ ପଢା ଏବଂ ଗମନା ଗମନ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକମାନେ କହିଥିଲେ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗୁଁ ଗମନା ଗମନ ସମସ୍ୟା ଦୂରୀଭୂତ ହେବା ସହ ନୂତନ ସୂର୍ଯ୍ୟୋଦୟ ସହ ପର୍ବତ ଶିଖରରେ ଫୁଟିଲା କଇଁ ବୋଲି ଗ୍ରାମବାସୀ କହିଥିଲେ । ଦୀର୍ଘବର୍ଷ ର ଗମନା ଗମନ ସମସ୍ୟା ଦୂରୀଭୂତ ହୋଇଥିବାରୁ ଉଦୟପୁର ଏବଂ କୋରଡ଼ା ପଞ୍ଚାୟତ ର ଜନ ସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ର ଉପଦେଷ୍ଟା ସବିତା ମହାପାତ୍ର ରାସ୍ତା ନିର୍ମାଣ କାର୍ଯ୍ୟ ପରିଦର୍ଶନ ଏବଂ ଲୋକ ମାନଙ୍କ ସହ ଆଲୋଚନା କରିବା ସମୟରେ ବିଭାଗୀୟ ଏସ ଡି ଓ ସସ୍ମିତା ମୁଣ୍ଡୁରି, ନୂଆଗାଁ ବ୍ଲକ୍ ଆର୍ ଡି ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ସାହୁ ଏବଂ ହିତାଞ୍ଜଳି ପଣ୍ଡା ଉପସ୍ଥିତ ଥିଲେ ।

© 2023 Odisha Taza News.