୯ମେ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :- ଆଜି ମିଶନ ଶକ୍ତି ପକ୍ଷରୁ ୨ଗୋଟି ମିଶନ ଶକ୍ତି କାଫେକୁ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଉଦଘାଟନ କରିଛନ୍ତି । ନୟାଗଡ଼ ବ୍ଲକ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏହି ମିଶନ ଶକ୍ତି କାଫେକୁ ଜନସାଧାରଣଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି ।
ଆଜିର ଏହି ଉଦଘାଟନି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ, କାର୍ଯ୍ୟନିର୍ବାହି ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ବିଡିଓ ପଦ୍ମଚରଣ ସାହୁ, ଡିଏସଡବ୍ଲୁଓ ମମିତାରାଣୀ ପାତ୍ର, ମିଶନ ଶକ୍ତି ଜିଲ୍ଲା ସଂଯୋଜକ ସମ୍ବିଧା ପାଢ଼ି,
ଡିପିଏମ ସଞ୍ଜୟ ମହାପାତ୍ର, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ରନାଥ ସାହୁ, ଓଡ଼ଗାଁ, ରଣପୁର, ନୟାଗଡ଼ ଓ ନୂଆଗାଁ ବ୍ଲକର ୪ ଜଣ ବିପିଏମ ପ୍ରମୁଖ ଯୋଗଦେବା ସହ ମିଶନ ଶକ୍ତିର ମହିଳାମାନଙ୍କ ବ୍ୟାଙ୍କ ମିତ୍ର ଓ ଏମବିକେ ମାନେ ଯୋଗ ଦେଇଥିଲେ ।

© 2023 Odisha Taza News.