ସ୍ଥାନୀୟ ସ୍ତରରେ ଶିକ୍ଷକ, ଶିକ୍ଷୟିତ୍ରୀ,ଆଲୁମିନି କମିଟି,ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ସ୍ଥାନୀୟ ଲୋକପ୍ରତିନିଧି ସହ ଜନସାଧାରଣ ଅଂଶଗ୍ରହଣ କରିଥିଲେ । ଏକ ସୁନ୍ଦର ବାତାବରଣ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କ ମାନଙ୍କୁ ଉନ୍ନତ ଅତ୍ୟାଧୁନିକ ସୁବିଧା ସହ ଶିକ୍ଷାଦାନ ପ୍ରକ୍ରିୟା ସଂପୂର୍ଣ୍ଣ କରାଯିବ ବୋଲି ଜଣେ ବରିଷ୍ଠ ଶିକ୍ଷକ ବିନୟ କିଶୋର ଦାଶ କହିଛନ୍ତି । ଯାହା ଫଳରେ ଛାତ୍ରଛାତ୍ରୀମାନେ ସମନ୍ୱିତ ବିକାଶରେ ସହାୟକ ହୋଇ ପାରିବେ ବୋଲି ଶିକ୍ଷାପ୍ରେମୀ ମଧ୍ୟ ଆଶାବାଦୀ ହୋଇଛନ୍ତି । ଏକ ସୁନ୍ଦର ପ୍ରାକୃତିକ ଉଦ୍ୟାନ ବିଦ୍ୟାଳୟମାନଙ୍କରେ ସୃଷ୍ଟି କରାଯାଇଛି ।
ଯାହା ଫଳରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହୋଇ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧିରେ ସହାୟକ ହେବ ବୋଲି ଶିକ୍ଷକ ସଂଜୟ କୁମାର ସେନାପତି ମତବ୍ୟକ୍ତ କରିଛନ୍ତି । ବିଦ୍ୟାଳୟରେ ଅତ୍ୟାଧୁନିକ ବିଜ୍ଞାନ ପରୀକ୍ଷାଗାର, ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ, ସ୍ମାର୍ଟ ବୋର୍ଡ, ଆକର୍ଷଣୀୟ ବେଞ୍ଚ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ,ଉଭୟ ଛାତ୍ରଛାତ୍ରୀ ମାନଙ୍କ ସକାଶେ ସ୍ଵତନ୍ତ୍ର ସ୍ୱଚ୍ଛ ଶୈ ।ଚାଳୟ, ସାଂସ୍କୃତିକ କାର୍ଯ୍ୟକଳାପର ବିକାଶ ଆଦି ହୋଇଛି । ଶିକ୍ଷାର ବିକାଶ ନିମନ୍ତେ ବିଦ୍ୟାଳୟ ଗୁଡ଼ିକର ଉନ୍ନତି କରଣକୁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ଥାନୀୟ ସ୍ତରରେ ପ୍ରଶଂସା କରାଯାଉଛି । ଛାତ୍ରଛାତ୍ରୀ ମାନେ ମଧ୍ୟ ନୂତନ ରୂପରଙ୍ଗରେ ବଧୂ ବେଶରେ ସଜ୍ଜିତ ସ୍କୁଲ ପ୍ରତି ଆକୃଷ୍ଟ ହୋଇ ଉତ୍ସାହିତ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

© 2023 Odisha Taza News.