ଭାରତର ସମସ୍ତ ବନାଞ୍ଚଳରେ ଜଙ୍ଗଲ ଅଧିକାର ଅଧିନିୟମ ଏଫ୍ଆରଏ କୁ କଡ଼ାକଡ଼ି ଲାଗୁ କରିବା ପାଇଁ ଉପାୟ ବାହାର କରିବା ଉପରେ ବିଚାର ବିମର୍ଶ କରିବା ନିମିତ୍ତ ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଡ଼କାଯାଉ । କେନ୍ଦ୍ର ସରକାରଙ୍କ ଦ୍ବାରା ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ଗ୍ରାମ ସଭାକୁ ଅକାମୀ କରିଦେବାକୁ ହେଉଥିବା ଚକ୍ରାନ୍ତକୁ ବନ୍ଦ କରାଯାଉ । ଆଦିବାସୀ ଓ ପରିବେଶବିତ୍ ଜଙ୍ଗଲ ସଂରକ୍ଷଣ ନିୟମାବଳୀ ୨୦୨୨ ପ୍ରତ୍ୟାହାର କରାଯାଉ । ସମ୍ବିଧାନର ପଞ୍ଚମ ଅନୁସୂଚିତ) ଆଦିବାସୀ ସଂପ୍ରଦାୟର ପାରମ୍ପରିକ ଅଧିକାର ଓ ହକ୍କ ଗୁଡ଼ିକ କାର୍ଯ୍ୟକାରୀ କରାଯାଉ । ଭାରତର ଆସାମ ରାଜ୍ୟ ଓ ଅନ୍ୟାନ୍ୟ ରାଜ୍ୟରେ ଥିବା ଆଦିବାସୀ ପାହାଡ଼ି ଜିଲ୍ଲା ଗୁଡ଼ିକୁ ସ୍ବାୟତ ରାଜ ଘୋଷଣା କରିବା ସହ ସଉରା ଭାଷା ଓ ଲିପିକୁ ସାମ୍ବିଧାନିକ ଅଧିକାର ଦିଆଯାଉ ।
ରାୟଗଡ଼ା ଜିଲ୍ଲାରେ ବିଭିନ୍ନ ବ୍ଳକରେ ଜମିଦାର ଓ ସାହୁକାରମାନେ ବେ–ଆଇନ ଭାବରେ ରଖୁଥିବା ସିଲିଂ ବହିଃଭୁତ ଜମିକୁ ବାହାର କରି ଆଦିବାସୀ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଉ । ସାମୂହିକ ଜଙ୍ଗଲ ଅଧିକାର ସି.ଏଫ୍.ଆରର ଶାସନ ଓ ପରିଚାଳନା ପାଇଁ ଗ୍ରାମ ସଭା ଗୁଡ଼ିକୁ ସୁଦୃଢ଼ କରାଯାଉ । ସମସ୍ତ ସମ୍ଭାବିତ ଜଙ୍ଗଲ ଅଧିକାର ଆଇନ ଅଧିନରେ ଆସୁଥିବା ଯୋଗ୍ୟ ଗାଁ ଗୁଡ଼ିକର ଏକତ୍ରି କରଣ କରାଯାଉ । ଚାଲିକମା ଗ୍ରାମର ସରକାରୀ ଜାଗା ଯାହାର ଖାତା ନଂ. ୨୯, ପ୍ଳଟ ନମ୍ବର ଭାଟି କରି ଉକ୍ତ ଗ୍ରାମର ବେବି ବେହେରା, ପବିତ୍ର ବେହେରା ବିଗତ ବର୍ଷ ଧରି ମାସିକ ୧୦୦୦/- ଟଙ୍କା ମଦ ବ୍ଯବସାୟୀ ଠାରୁ ନେଉଛନ୍ତି। ଉକ୍ତ ମଦ ଭାଟିକୁ ଉଚ୍ଛେଦ କରାଯାଉ ଏବଂ ଦୋଷୀ ମାନକଂ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
ଗୁଣପୁର ବ୍ଲକ ର ପୁଟାସିଂ ପଞ୍ଚାୟତ ରେଜିଗଂତାଲ ଗ୍ରାମ ର ଆଦିବାସୀ ଓ ଗରୀବ ଲୋକ ପୂର୍ବ ପୁରୁଷରୁ ଭୋଗ ଦଖଲରେ ରହିଥିବା ସରକାରୀ ଜମିକୁ ସେମାନଙ୍କ ନାମରେ ପଟ୍ଟା ପ୍ରଦାନ ଏବଂ ଗୁଣପୁର ପୌର ପରିଷଦ ୧୧ ନମ୍ବର ୱାର୍ଡ଼ ମେଟା କଣ୍ଠଗୁଡ଼ା ୩୬ ଆଦିବାସୀ ପରିବାର ଘରକୁ ଅମିୟ ମହାନ୍ତି ଘର ଭାଙ୍ଗିଛନ୍ତି ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ରେଜିଂତାଲ ମୌଜାରେ ଥିବା ଏବଂ ଫୁଟ୍ଟାସିଂ ନାମରେ ନାମିତ କରାଯାଇଥିବା ସମସ୍ତ କାର୍ଯ୍ୟାଳୟକୁ ଫୁଟାସିଂ ମହକୁମାରେ ସାମିଲ କରାଯାଉ । ଦଳିତ, ଗରିବ ଏବଂ ମହିଳାଙ୍କ ଉପରେ ସାମ୍ରାଜ୍ୟ ଏବଂ ପ୍ରଧାନ୍ୟ ଶକ୍ତି ଦ୍ବାରା ହେଉଥିବା ଆକ୍ରମଣ ଏବଂ ଅତ୍ୟାଚାର ବନ୍ଦ କରନ୍ତୁ ।

© 2023 Odisha Taza News.