No Result
View All Result
୮ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଦୂଷିତ ପାଣି ପିଈ ମୋହନା ବିଜୟପୁର ଗାଁର ତିନି ଜଣଙ୍କ ପେଟରେ ଷ୍ଟୋନ୍ ହୋଇଥିବା ଅଭିଯୋଗ ହୋଇଛି । ସେମାନେ ହେଲେ ସେହି ଗାଁର ନମିତା ଶବର,ସୁମିତ୍ରା ଶବର ଓ ସୁବାଷ ଶବର । ସେମାନେ ବ୍ରହ୍ମପୁର ଡାକ୍ତରଖାନାରେ ଯାଇ ଚିକିତ୍ସିତ ହୋଇଛନ୍ତି । ଚିକିତ୍ସା ସମୟରେ ଦୂଷିତ ପାଣି ପିଇବା ଯୋଗୁଁ ଏଭଳି ପେଟରେ ଷ୍ଟୋନ୍ ହୋଇଛି ବୋଲି ଯାଣିଥିଲେ ନମିତା ଓ ସୁମିତ୍ରା ।
ଡାକ୍ତରଙ୍କ ପରାମର୍ଶ କ୍ରମେ ନମିତା ଅପରେସନ୍ ହୋଇ ଆସି ଘରେ ରହି ଔଷଧ ସେବନ କରୁଥିବା ବେଳେ ସୁମିତ୍ରା ମଧ୍ୟ ବ୍ରହ୍ମପୁର ଯାଇ ଚିକିତ୍ସା ହେବା ପରେ ସେ ମଧ୍ୟ ଏବେ ଘରେ ରହି ଔଷଧ ସେବନ କରୁଥିବା କହିଛନ୍ତି । କିନ୍ତୁ ସୁବାଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି । ଘଟଣା ଦେଖିବା ପାଇଁ ଗଲେ ଗାଁରେ ଥିବା ସୁଖିଲା କୂଅ ଓ ନଦୀର ଗୋଳିଆ ପାଣି ପିଉଛନ୍ତି ଗ୍ରାମବାସୀ । ଗୋଟିଏ ନଳକୂପ ଅଛି ହେଲେ ତାହା ମଧ୍ୟ ବାହାରୁଛି ହଳଦିଆ ରଙ୍ଗର ଦୂଷିତ ପାଣି । ଦୀର୍ଘ ବର୍ଷ ହେବ ଏମିତି ପାନୀୟ ଜଳ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ ।
ହେଲେ ଲୋକଙ୍କ ଅଭିଯୋଗ ପରେ ମଧ୍ୟ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ମୋହନା ବ୍ଲକ୍ ପ୍ରଶାସନର ତତ୍ପରତା ନଥିବା କହିଛନ୍ତି ଗ୍ରାମର ଏଲିସାୟ ଶବର । ଗାଁରେ ପ୍ରାୟ ଶତାଧିକ ଆଦିବାସୀ ଲୋକ ବସବାସ କରୁଥିବା ଜଣାପଡିଛି । ପ୍ରଶାସନ ଯଦି ଏଦିଗରେ ଗୁରୁତ୍ୱ ନଦିଏ ତାହେଲେ ପେଟରେ ଷ୍ଟୋନ୍ ରୋଗୀ ଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଝାଡାବାନ୍ତିରେ ଗ୍ରାମବାସୀ ଆକ୍ରାନ୍ତ ହେବା ସମ୍ଭାବନା ରହିଛି ।

No Result
View All Result