No Result
View All Result
ଆସନ୍ତା ୨୪ ତାରିଖ ବୁଧବାର ଦିନ ଅନୁଷ୍ଠିତ ହେବ ନୂଆଗାଁ ବ୍ଲକ୍ ଆଞ୍ଚଳିକ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ
୬ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୂଆଗାଁ ବ୍ଲକ ସଦର ମହକୁମାରେ ଆଞ୍ଚଳିକ ସାମ୍ବାଦିକ ସଂଘ ତାର ପ୍ରଥମ ବାର୍ଷିକ ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘ ର ସଭାପତି ସିବଦତ ପାତ୍ର ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାର୍ଷିକ ଉତ୍ସବ କିପରି ସରସ ସୁନ୍ଦର କରିବା ସହ ସାମ୍ବାଦିକ ଗୃହ ର ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ ସେ ଉପରେ ସଂଘର ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ ।
ସଂଘର କର୍ମକର୍ତ୍ତା ଙ୍କ ନିଷ୍ପତି ଅନୁଯାୟୀ ଚଳିତ ବର୍ଷ ତା ୨୪/ ୦୫ /୨୦୨୩ ଋଖ ଦିନ ପ୍ରଥମ ବାର୍ଷିକ ସମିଳନୀ ପାଳନ କରିବା ପାଇଁ ନିସ୍ପତି କରାଯାଇଛି । ଏହି ବୈଠକ ରେ ସୁବ୍ରତ ପରିଡ଼ା, ଶୁଖେନ୍ଦୁ ଦାଶ,ଦିଲ୍ଲୀପ କୁମାର ଜାନୀ,ଚିନ୍ମୟ ପ୍ରଧାନ,ମାନସ ରଞ୍ଜନ ତ୍ରିପାଠୀ,ମନୋଜ ସାହୁ,ଗୋଲଖ ଗୋଚ୍ଛାୟତ,ରଶ୍ମିରଞ୍ଜନ ପରିଡ଼ା,ପ୍ରଫୁଲ୍ଲ ସେଠୀ, ଦୀପକ ରାଉତ,ବିକ୍ରମ ନାୟକ, ସ୍ଵେଚ୍ଛାସବୀ ନିତୁନ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଚଳିତ ବର୍ଷ ନିଆରା ଢଙ୍ଗରେ ବାର୍ଷିକ ଉତ୍ସବ ପାଳନ କରାଯିବ ସେ ଉପରେ ଆଲୋଚନା କରାଯାଇଥିଲା । ସଂଘର ସମ୍ପାଦକ ହୃଦୟା ନନ୍ଦ ସାସମଲ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

No Result
View All Result