No Result
View All Result
୫ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ସନ୍ଧ୍ୟା 6,30 ମିନିଟରେ ଆରଟିଓଙ୍କ କନ୍ଫରେନ୍ସ ହଲରେ ପୁରୀ ସହରର ବିଭିନ୍ନ ଅଟୋ ଚାଳକ ସଂଘ ସହିତ ମହାସଂଘର ସଭାପତି ଓ ସମ୍ପାଦକ ମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ଆରଟିଓ ଶ୍ରୀ ରବିନ ପଟ୍ଟନାୟକ ଅଧକ୍ଷତା କରିଥିଲେ । ଉକ୍ତ ବୈଠକରେ DSP ଟ୍ରାଫିକ, ADDL. IIC ଟ୍ରାଫିକ, AMVI, ପୁରୀ ଅଟୋଚାଳକ ମହାସଂଘର ସଭାପତି ଶ୍ରୀ ଦୁର୍ଗା ଚରଣ ଖୁଣ୍ଟିଆଙ୍କ ସମେତ ଅନ୍ୟାନ୍ୟ ଅଟୋ ଚାଳକ ସଂଘର ସଭାପତି ଓ ସମ୍ପାଦକ ମାନେ ଉପସ୍ଥିତ ରହିଥିଲେ ।ଆସନ୍ତା ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତ ଶ୍ରୀକ୍ଷେତ୍ରକୁ ଆସିବେ,ସେଥିପାଇଁ କିପରି ଅଟୋ ଚାଳକମାନେ ଶୃଙ୍ଖଳିତ ଭାବେ ଅତିଥି ମାନଙ୍କୁ ଅତିଥ୍ୟତା ପ୍ରଦାନ କରିବେ ତାହା ଉପରେ ଦୃଷ୍ଟି ଦେଇ ବିଶେଷ ଆଲୋଚନା ହୋଇଥିଲା । ସେଥିରେ 6 ଗୋଟି ନିୟମ କଡାକଡି ପାଳନ କରିବା ପାଇଁ ଅଟୋ ଚାଳକ ସଂଘମାନେ ପ୍ରତିଶୃତି ଦେଇଛନ୍ତି ।
ମଦ କିମ୍ବା ଅନ୍ୟାନ୍ୟ ନିଶା ସେବନ କରି ଅଟୋ ଚାଳନା କରିବେ ନାହିଁ, ଅଟୋ ଚଳାଇବା ବେଳେ ମୋବାଇଲ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ , ଅଟୋ ଡ୍ରାଇଭରମାନେ ଆଗରେ କୌଣସି ମହିଳାଙ୍କୁ ବସାଇବେ ନାହିଁ, ଓଭର ଲୋଡ଼ କରି ଯାତ୍ରୀଙ୍କୁ ନେବେନାହିଁ, ଅଧିକ ଭଡା ଆଦାୟ କରିବେ ନାହିଁ ଏବଂ ଆରଟିଓଙ୍କ ଦ୍ୱାରା ପ୍ରଦତ୍ତ ରେଟ ଚାଟ ନିଜ ଅଟୋରେ ଲଗାଇବା ବାଧ୍ୟତାମୂଳକ ଅଟେ ।
No Result
View All Result